ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଳିତ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରଙ୍କ ଜୟନ୍ତୀ ତଥା ଶିଶୁଦିବସ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ “ପିଲାଙ୍କ ପାଇଁ ଦିନଟିଏ “ଆଜି ଅନୁଷ୍ଠିତ ହୋଇଯାଇଛି | ବାଙ୍କୀର ଅଗ୍ରଣୀ ମହିଳା ସ୍ବେଛାସେବୀ ଅନୁଷ୍ଠାନ ” ମା ଚର୍ଚ୍ଚିକା ନାରୀ ଜାଗୃତି ପରିଷଦର ସଭାପତି ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଉପସଭାପତି ବିନୋଦିନୀ ମହାପାତ୍ର, ସଭ୍ୟା ସୁଶ୍ରୀ ସଂଜ୍ଞା ସାଗରିକା ବେହେରା, ମାମି ପ୍ରଧାନ,ଦୁଲାଣା ବେହେରା ଉପସ୍ଥିତି ରହି ରଣପୁର, ଚର୍ଚ୍ଚିକା ଏବଂ ସାହାଡ଼ାପଦା ଗ୍ରାମର ପିଲାମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ବର୍ଣ୍ଣବୋଧ ବହି, ଖାତା, କଲମ ବଣ୍ଟନ କରିଥିଲେ |ଶେଷରେ ସମ୍ପାଦକ ପ୍ରତିମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ନିକଟରେ ମୃତ୍ୟୁବରଣ କରିଥିବା ପରିଷଦର ଉପଦେଷ୍ଟା ତଥା ବାଙ୍କୀ ଅଂଚଳର ବରିଷ୍ଠ ସାମ୍ୱାଦିକ ଗୌରାଙ୍ଗ ବେହେରାଙ୍କ ପାଇଁ ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା |

Leave a Reply

Your email address will not be published. Required fields are marked *