କଣିହାଁ ଥାନାଧିକାରୀଙ୍କ ମେରୀରାୟ ନୀତି : ରୋଗୀଙ୍କୁ ଥାନା ଭିତରେ ମାଡ ମାରି ଉଠବସ କଲେ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା କଣିହାଁ ଥାନାରେ ଚାଲିଛି ବିଚିତ୍ର ଶାସନ ନୀତି। ସାଧାରଣ ଲୋକଙ୍କ ଆସ୍ଥା ହରାଇ ସାରିଲେଣି କଣିହାଁ ଥାନାଧିକାରୀ . ଥାନାର ଦ୍ୱାରସ୍ଥ ହେଉଥିବା ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ପାଖରେ ଅର୍ଥ ନାହିଁତ ଉଚିତ୍ ବିଚାର ବି ନାହିଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗତ ଶୁକ୍ରବାର ଦିନ । କଣିହାଁ ଥାନା ଅନ୍ତର୍ଗତ ସାପକଟା ଗ୍ରାମରେ ଜମିବାଡ଼ି ବିବାଦ କୁ ନେଇ ବାପ ପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ଉଦ୍ଧବ ସାହୁ ଙ୍କ ପିତା:ସନାତନ ସାହୁ ୨୮ ତାରିଖରେ କଣିହାଁ ଥାନାରେ ଉଦ୍ଧବ ସାହୁଙ୍କ ନାମରେ ଏତଲା ଦେଇଥିଲେ, ସେହି ଦିନ ବାପ ପୁଅ ମଧ୍ୟରେ ଗୋଟିଏ ଚୁକ୍ତିନାମରେ ସମାଧାନ କରିଥିଲେ କି ଉଦ୍ଧବ ବର୍ଷ କୁ ସାତ ଖଣ୍ଡି ଗୋଟିଏ ବସ୍ତା ଧାନ ଦେବେ ବୋଲି ବୁଝାମଣା ହୋଇଥିଲା . ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଉଭୟ ପକ୍ଷ ଥାନାଧିକାରୀ ଡକାଇ ସମାଧାନ କରିଥିଲେ । ପୁଣି ଉଦ୍ଧବ ଙ୍କ ପିତା ସନାତନ ସାହୁ କଣିହାଁ ଥାନା କୁ ଆସି ଏତଲା ଦେଇଥିଲେ , କଣିହାଁ ଥାନାଧିକାରୀ ଉଦ୍ଧବ ଓ ତା ସ୍ତ୍ରୀ ଙ୍କୁ ଥାନା କୁ ଡାକିଥିଲେ । ହନୁମାନପୁର ସରପଞ୍ଚ ଖବର ପାଇ କଣିହାଁ ଥାନାକୁ ଆସିଥିଲେ ଓ କଣିହାଁ ଆଇଆଇସି ଙ୍କୁ କହିଥିଲେ କି ଉଦ୍ଧବ ଜଣେ ସିକିଲିଙ୍ଗ ରୋଗୀ, ସରପଞ୍ଚ ଙ୍କ କଥା ନ ମାନି ଉଦ୍ଧବକୁ ବସଉଠୁ କରାଇଥିଲେ ଓ ମାଡ଼ ମଧ୍ୟ ମାରିଥିଲେ । ମାଡଖାଇବା ପରେ ଉଦ୍ଧବଙ୍କୁ ନେଇ ସନ୍ଧ୍ୟା ସମୟରେ ଘରେ ଛାଡି ଦେଇଥିଲେ । କଣିହାଁ ଥାନା ଅଧିକାରୀଙ୍କ ଠାରୁ ମାଡ଼ ଖାଇଥିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁହାରୀ ଜଣାଇଲେ ଉଦ୍ଧବ ଓ ତାଙ୍କ ସ୍ତ୍ରୀ । କଣିହାଁ ଥାନାବାବୁଙ୍କ କି ବିଚିତ୍ର ବିଚାର । ଏସବୁ ବିଷୟରେ ଆମ ପ୍ରତିନିଧି କଣିହାଁ ଥାନା ଆଇଆଇସି ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଏହି ଘଟଣା ବିଷୟରେ କିଛି ଉତ୍ତର ମିଳିନଥିଲା . କଣିହାଁ ଥାନାଧିକରୀ ଆଇନ୍ ଅନୁସାରେ ଦଣ୍ଡିତ କରିବା କରିବା କଥା ।ଏଠି ପ୍ରଶ୍ନ ଉଠୁଛି ମାଡ଼ ମାରିବା ପାଇଁ କିଏ ଅଧିକାର ଦେଲା । ବସଉଠୁ କରିବା ପାଇଁ କିଏ ଅଧିକାର ଦେଲା । ଥାନାରେ ଏପରି ଅବିଚାର ହେଲେ , ନିରୀହ ଜନତା କି ପ୍ରକାର ନ୍ୟାୟ ଆଶା କରିବେ ? ଜଣେ ଗରବ ଦିନ ମଜୁରିଆ କୁ ଥାନା ଆଇଆଇସି ଡକାଇ ମାଡ଼ ମାରିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଦେଖା ଦେଇଛି ଉତ୍ତେଜନା ।

Leave a Reply

Your email address will not be published. Required fields are marked *