ଦମ୍ପତିଙ୍କ ଠାରୁ ଛିନତାଇ ଅଭିଯୋଗରେ ଦୁଇ ଗିରଫ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସାରୁଅ ନିକଟରେ ଭୁବନେଶ୍ୱରରୁ ନୟାଗଡ଼କୁ ନିଜ ବାଇକ ଯୋଗେ ଫେରୁଥିବା ସୁରଜ ପଟ୍ଟନାୟକଙ୍କ ପତ୍ନୀ ନିବେଦିତାଙ୍କୁ ପଛପଟରୁ ଆକ୍ରମଣ କରି ଏକ ବ୍ୟାଗ ଭର୍ତି ଜିନିଷ ପତ୍ର ଛିନତାଇ କରି ଦୁର୍ବୁତ୍ତ ଆଖି ପିଛୁଳାକେ ଅନ୍ତର୍ଦ୍ଧାନ ହୋଇଯାଇ ଥିଲେ । ଏ ନେଇ ନିବେଦିତା ବାଘମାରି ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା । ଆଜି ପୋଲିସ ସୁରାକ ପାଇ ଇସଲାମୁଦ୍ଦିନ ଖାଁ ଓ ରାଜ ଦଳବେହେରାଙ୍କୁ ଅତର୍କିତ ଭାବରେ ଚଢ଼ାଉ କରିଥିଲା ।ତାଙ୍କ ଠାରୁ ଗୋଟିଏ ମୋବାଇଲ,ଦୁଇଟି ସୁନା ଚେନ, ଗୋଟିଏ ଲକେଟ,ତିନି ହଳ କାନଫୁଲ ଓ ରିଙ୍ଗ,ଗୋଟିଏ ଆପାଚି ମୋଟର ସାଇକେଲ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *