ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରେମାନନ୍ଦ ବେହେରାଙ୍କ ପରଲୋକ : ମା ନାରାୟଣୀ କାଳୀପୂଜା କମିଟି ବରାଳ ପକ୍ଷରୁ ଶୋକ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବୟାଳିଶମୌଜ଼ା ବରାଳ ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ପ୍ରେମାନନ୍ଦ ବେହେରା(୬୨)ଙ୍କ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାସଭବନରେ ପରଲୋକ ଘଟିଛି । ଦକ୍ଷ ସଂଗଠକ ସ୍ୱର୍ଗତ ବେହେରାଙ୍କ ବିୟୋଗରେ ବିଭିନ୍ନ ସଂଗଠନ ପକ୍ଷରୁ ପଣ୍ଡିତ ଜଗଦୀଶ ତ୍ରିପାଠୀ, ଯୁବ ସମାଜସେବୀ ଲଷ୍ମୀଧର ବେଉରା, ରାଜନୀତିଜ୍ଞ ସୁରେନ୍ଦ୍ର ନାଥ ବେହେରା, ଅଜୟ ବେହେରା, ଭାସ୍କର ବେଉରା, ଆନନ୍ଦ ଚନ୍ଦ୍ର ବେଉରା, ଡାକ୍ତର ସୁବାଷ ସାହୁ, କଳାକାର ସୁଧାଂଶୁ ଶେଖର ବେଉରା, ରମେଶ ବେଉରା, ବସନ୍ତ ବେଉରା, ନାଟ୍ୟକାର ରବି ମିଶ୍ର, ନାଟ୍ୟକାର ପବିତ୍ର ମୋହନ ପ୍ରଧାନ, ନାଟ୍ୟକାର ଅଶୋକ ପଟ୍ଟନାୟକ, ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ ବେହେରା, ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ରକ୍ତଦାତା ସୁରଜ ବେହେରା, ନାରାୟଣ ଚନ୍ଦ୍ର ମହାନ୍ତି ତଥା ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ସ୍ୱର୍ଗତ ପ୍ରେମାନନ୍ଦ ବେହେରା ବରାଳ ଗ୍ରାମର ନାଟ୍ୟ ଜଗତକୁ ସୁଦୂର ପ୍ରସାରୀ କରାଇବା, କଳାକାର ସୃଷ୍ଟି କରିବା ସହ ସଦର ଅଞ୍ଚଳର ବହୁ ସାଂସ୍କୃତିକ ସଂଗଠନ ଏବଂ ରାମଲୀଳା ସମିତିର ଉପଦେଷ୍ଟା ଭାବେ କାର୍ଯ୍ୟକରି କଳା, ସାହିତ୍ୟ ଓ ସଂକୃତିର ବିକାଶ ଦିଗରେ ନିଜର ସାଧନା ଜାରି ରଖି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।

Leave a Reply

Your email address will not be published. Required fields are marked *