ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ନେଇ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ର ପ୍ରତିବାଦ

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କୁ ବିରୋଧ କରି ଢେଙ୍କାନାଳ ଜିଲ୍ଲା ସଦର ମହକୁମା ରେ ଥିବା କୁଞ୍ଜକାନ୍ତ ର ପେଟ୍ରୋଲ ପମ୍ପ ନିକଟରେ ପ୍ରତିବାଦ କରିବା ସହ ପେଟ୍ରୋଲ ଲିଟର ପିଛା 80 ଟଙ୍କା ଦରରେ ବିକ୍ରି କରିଥିଲେ କଂଗ୍ରେସ କାର୍ଯ୍ୟକର୍ତ୍ତା । ପ୍ରଧାନମନ୍ତ୍ରୀ ଙ୍କ ଅଛେଦିନ ବାର୍ତା କୁ ଜିଲ୍ଲା କଂଗ୍ରେସ ତରଫରୁ ଭର୍ତ୍ସନା କରାଯାଇଥିଲା । କୁଞ୍ଜକାନ୍ତ ପେଟ୍ରୋଲ ପମ୍ପ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବାପରେ କଂଗ୍ରେସ କର୍ମୀ ମାନେ କୁଞ୍ଜକାନ୍ତ ଠାରୁ ଗାନ୍ଧିମନ୍ଦିର ରୋଡ଼ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ରେ ଯାଇଥିଲେ । ଆଜିର ଏହି ପ୍ରତିବାଦ ସଭା ରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଆସିର ନବାଜ, ଓଡିଶା ପ୍ରଭାରୀ ଅନୁଲେଖା ଘୁସ, ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ପ୍ରେମ ଶଙ୍କର ଦାସ, ସୁନିଲ ଦାସ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ଦାସ, ନଗର କଂଗ୍ରେସ ସଭାପତି ହାଇଦର ମହମଦ ଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *