ଦଳିତ ବର୍ଗ ଉପରେ ଅତ୍ୟାଚାର ପ୍ରତିବାଦରେ ଏସ ଡି ପି ଓ ଅଫିସ ସମ୍ମୁଖରେ ଧାରଣା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ବାଳକାଟି ଓ ବଳଭଦ୍ରପୁର ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଏସ ଡି ପି ଓ ଅଫିସ ସମ୍ମୁଖରେ ଧାରଣା . କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ବାଳକାଟି ଗ୍ରାମରେ ଦଳିତ ବର୍ଗ ଉପରେ ଅକଥନୀୟ ଓ ମରଣIନ୍ତକ ଆକ୍ରମଣ ଏବଂ ପଟ୍ଟାମୁଣ୍ଡାଇ ଥାନା ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗ୍ରାମରେ ପରକ୍ରିୟା ପ୍ରୀତିକୁ ନେଇ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ଅନୁସୂଚିତ ଜାତିଓ ଜନଜାତି କଂଗ୍ରେସ I ବାଳିକାଟି ଗ୍ରାମର ଦଳିତ ବ୍ୟକ୍ତି ନବକିଶୋର ମଲିକଙ୍କ ପରିବାର ଉପରେ ମରଣIନ୍ତକ ଆକ୍ରମଣ ଯୋଗୁଁ ପ୍ରାଣ ଭୟରେ ରାଜକନିକା ଥାନା ବଳିଗଣ୍ଡ ଗ୍ରାମରେ ଆଶ୍ରୟ ନେଇଛନ୍ତି I ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବୀ ଏବଂ ପଟ୍ଟାମୁଣ୍ଡାଇ ବଳଭଦ୍ରପୁର ପଂଚାୟତ ବାଲିପାଟଣା ଗ୍ରାମରେ ପରକ୍ରିୟା ପ୍ରୀତି ଯୋଗୁଁ ଘଟିଥିବା ଦୀପିକା ତରାଇ ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବୀରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କଂଗ୍ରେସ ସଭାପତି ସର୍ବେଶ୍ୱର ସେଠୀଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ପୋଲିସ ସବଡ଼ିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା I

ଏଥିରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ଆବାହକ ରଞ୍ଜନ ବେହେରା, ବରିଷ୍ଠ ନେତା ବାବାଜୀ ଧଳ,ପଟ୍ଟାମୁଣ୍ଡାଇ ବ୍ଲକ କଂଗ୍ରେସ ସଭାପତି ମଳୟ ଦାସ, ବସନ୍ତ ତରାଇ, ସୁରେନ୍ଦ୍ର ବେହେରା, ଶ୍ରୀମତୀ ବାଇ, ସାବିତ୍ରୀ ତରାଇ, ମନୋରମା ତରାଇ, ସଞ୍ଜୁଲତା ବେହେରା ପ୍ରମୁଖ ଯୋଗଦେଇ ଗଣଧାରଣା ଓ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ . ଦଳିତଙ୍କ ଉପରେ ଅତ୍ୟାଚାର ବନ୍ଦ ତଥା ପାଇଁ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଧାରଣାକାରୀ ମାନେ ପ୍ରକାଶ କରିଛନ୍ତି I ପଟ୍ଟାମୁଣ୍ଡାଇ ଏସ ଡି ପି ଓ ସନ୍ଧ୍ୟରାଣୀ ବେହୁରା ଧାରଣIକାରୀଙ୍କ ଠାରୁ ଦାବିପତ୍ର ଗ୍ରହଣ କରି ଆଇନ ଅନୁଯାୟୀ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା I

Leave a Reply

Your email address will not be published. Required fields are marked *