ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଥିଲା ବାଲା କୁ ମିଳୁଛି ଆବାସ ଯୋଜନାରେ ଘର , ହେଲେ ନଥିଲା ବାଲାକୁ ନାଁ . ଏମିତି ଘଟଣା ସାମନାକୁ ଆସିଛି ନୟାଗଡ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ନିମାଣୀ ପଞ୍ଚାୟତରେ . ଗରିବ ଲୋକଙ୍କ ପାଇଁ ସରକାର ଅନେକ ଜନ କଲ୍ୟାଣ ଯୋଜନା କରିଛନ୍ତି. ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମାଳ ମାଳ ଯୋଜନା ଅଛି. ହେଲେ ପ୍ରଶାସନିକ ଅଧିକାରୀଙ୍କ ପାତରଅନ୍ତର ନୀତି ଦେଖିଲେ ମନରେ ପ୍ରଶ୍ନ ଆସୁଛି – ଏ ସବୁ ଯୋଜନା କାହାପାଇଁ ?

ନିର୍ବାଚିତ ପ୍ରତିନିଧି ଙ୍କ ଦଳୀୟ ମନୋଭାବ କାରଣରୁ ଯୋଜନା ସବୁ ପ୍ରହସନ ପାଲଟି ଯାଇଛି. ଥିଲା ବାଲାକୁ ଏଠି ସମସ୍ତ ସରକାରୀ ସୁବିଧାରେ ଅନ୍ତର୍ଭୁକ୍ତ କରାଯାଉ ଥିବାବେଳେ କିନ୍ତୁ ପ୍ରକୃତ ହିତାଧିକାରୀ ସବୁଥିରୁ ବଞ୍ଚିତ ହେଉଛନ୍ତି . ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା, ଭାପୁର ବ୍ଲକ ଅନ୍ତର୍ଗତ, ନିମାଣି ଗ୍ରାମପଞ୍ଚାୟତ କାଳିକା ପ୍ରସାଦ ଗ୍ରାମ ନୁଆସାହି ରେ . ଚାରିଟି ଝିଅ , ସ୍ତ୍ରୀ କୁ ମିଶାଇ ଛଅ ପ୍ରାଣୀ ର କୁଟୁମ୍ବ ଶଙ୍କର୍ଷଣ ସ୍ଵାଇଁଙ୍କର .

ଶଙ୍କର୍ଷଣ ଜଣେ ଦିନ ମଜୁରିଆ ଏବଂ ଭୂମିହୀନ ପ୍ରଜା , ଦିନେ ନ ଖଟିଲେ ପରଦିନ ଘରେ ଚୁଲି ଜଳିବାଟା ଅସମ୍ଭବ ହୋଇପଡେ. ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଖଣ୍ଡେ ନାହିଁ , କି ଭଙ୍ଗା ଚାଳରେ ନଡାବିଡାଟିଏ ଖୁଞ୍ଚା ଦେବାକୁ ତାଙ୍କ ପାଖରେ ସମ୍ବଳ ନାହିଁ . ଭୂମିହୀନ ହୋଇଥିବାରୁ ବିଲ ବୋଲି ଗୁଣ୍ଠେ ନାହିଁ. ଘର ଉପରକୁ ଉଣ୍ଡିଲେ ସୂର୍ଯ୍ୟ ଚନ୍ଦ୍ର ସବୁ ଦିଶୁଛି. ବର୍ଷା ହେଲେ ଘରେ ଆଣ୍ଠୁଏ ପାଣି ଜମିଯାଉଛି . ଏତେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିଲେ ହେଁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନା ରୁ ତାଙ୍କୁ ବଞ୍ଚିତ କରାଯାଇଛି. ଶଙ୍କର୍ଷଣଙ୍କର କହିବା କଥାକି ସେ ବଡ଼ବାବୁ ମାନଙ୍କୁ ହାତଗୁଞ୍ଜା ନଦେଇ ପାରିବାରୁ ଅନେକ ଥର ଘରଖଣ୍ଡେ ପାଇଁ ଆବେଦନ କରିଥିଲେ ହେଁ କିଛି ସୁଫଳ ମିଳି ପାରିନାହିଁ . ଏପରି ଦୟନୀୟ , ଦୁଃଖଭରା ଅବସ୍ଥା ଦେଖି ଆଦର୍ଶବାଦି ୟଙ୍ଗଷ୍ଟାର କ୍ଳବ ପକ୍ଷରୁ ବର୍ଷା ଋତୁ ଚାଲିଥିବାରୁ ତାଙ୍କୁ ଜରିପାଲ ଦେବା ସହ ତାଙ୍କୁ କେମିତି ସରିକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ସେଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କ୍ଲବ ପକ୍ଷରୁ ତାଙ୍କୁ ପ୍ରତିଶୃତି ଦେଇଛନ୍ତି .

