11 କିଲୋମିଟର ରାସ୍ତା ପାଇଁ 11କୋଟି ଟଙ୍କା ବ୍ୟୟ : ଅବସ୍ଥା ଯଥା ପୂର୍ବ ତଥା ପରଂ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜ଼ିଲ୍ଲା ରଣପୁର ପୂର୍ତ୍ତବିଭାଗ ଅଧିନସ୍ଥ ଲୋଧାଚୁଆ ଠାରୁ ବେଗୁନିଆକୁ ସଂଯୋଗ କରୁଥିବା ଲୋଧାଚୁଆ ଠାରୁ ପାଟଣା ଚାରିଛକ ପର୍ଯ୍ୟନ୍ତ ମାତ୍ର 11 କିଲୋମିଟର ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ ଓ ମରାମତି ନିମନ୍ତେ କିଛି ମାସ ତଳେ ନାବାର୍ଡ ସହାୟତାରେ 11କୋଟି ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟ ଆରମ୍ଭ ହୋଇଥିଲା l ମାତ୍ର ନା ରାସ୍ତା ନିର୍ମାଣ ର ନାମ ଫଳକ ଅଛି, ନା କାମ ସମ୍ବନ୍ଧରେ କାହାକୁ କିଛି ଜଣା ଅଛି ! ଗୋଟିଏ ପଟେ ଠିକାଦାର ରାସ୍ତା କାମ ରେ ଅହେତୁକ ବିଳମ୍ବ ଅନ୍ୟପଟେ ପ୍ରତ୍ୟହ ଶତାଧିକ ଓଭର ଲୋଡ଼ ଚୋରା କଳା ମୁଗୁନି ପଥର ବୋଝେଇ ହାଇୱା ଗାଡିର ଯାତାୟାତ ଜନସାଧାରଣଙ୍କ ପାଇଁ ଏହି ରାସ୍ତାକୁ ମରଣ ଯନ୍ତା କରିଦେଇଛି ! ନିମ୍ନମାନର କାର୍ଯ୍ୟ ଲାଗି ଗ୍ରାମବାସୀ ମାନେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ୍ୟ ଶୁଣିବାକୁ କେହି ନାହିଁ |

କାର୍ଯ୍ୟ ଆରମ୍ଭ ହେବାର ଛଅ ମାସ ଭିତରେ ପଚାଶ ପ୍ରତିଶତ କାମ ଶେଷ ହୋଇଥିବା ବେଳେ ନୂତନ ଭାବେ ନିର୍ମାଣ ହୋଇଥିବା ରାସ୍ତା ଅତି ନିମ୍ନମାନର ହୋଇଥିବାରୁ ସାମାନ୍ୟ ଅସରାଏ ବର୍ଷାରେ ରାସ୍ତା ବାହ୍ୟଜଗତରୁ ବିଛିନ୍ନ ହେବା ସହ ରାସ୍ତାଟିର ବିଭିନ୍ନ ଜାଗାରେ ଆଣ୍ଠୁଏ ଆଣ୍ଠୁଏ ଖାଲ ହୋଇଛି l ଯାହାଦ୍ୱାରା ଲୋକ ମାନେ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି l ନେତା, ଠିକାଦାର ଓ ବିଭାଗୀୟ ଜେଇଙ୍କ ମିଲଭଗତରେ ଏଭଳି ନିମ୍ନମାନର କାମ ଓ ରାସ୍ତା ନିର୍ମାଣ ରେ ଅହେତୁକ ବିଳମ୍ବ ହୋଇଥିବା ଲୋକମାନେ ଅଭିଯୋଗ କରୁଛନ୍ତି .ଏ ସମ୍ପର୍କରେ ଗ୍ରାମବାସୀ ମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବା ବେଳେ ଯଦି ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ କରାନଯାଏ ତେବେ ଗ୍ରାମବାସୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *