ଭାଇଚାରାର ଜ୍ୱଳନ୍ତ ଉଦାହରଣ

Spread the love

ଆୱାଜ ମିଡ଼ିଆ (କଟକ ବ୍ୟୁରୋ) – ସଞ୍ଜୟ ଚକ୍ରବର୍ତ୍ତୀ : କଟକର ଅଗ୍ରଣୀ ସାମାଜିକ ସଂଗଠନ କଟକ ୟୁଥ ମୁସଲିମ ଆସୋସିଏସନର ସଦସ୍ୟମାନେ ଭାଇଚାରା ପରିଚୟ ସୃଷ୍ଟି କରିଛନ୍ତି । ଆଗକୁ ଆସୁଛି ପାର୍ବଣ ଋତୁ ଶାରଦୀୟ ଦୁର୍ଗାପୂଜା । ସିଲଭରସିଟିର ଦୁର୍ଗାପୂଜା ଓଡିଶାର ଏକ ସ୍ୱତନ୍ତ୍ର ପରମ୍ପରା ଭାବେ ବେଶ ପରିଚିତ। ଏହି ପୂଜାରେ ସାଜସଜ୍ଜା ଠାରୁ ଆରମ୍ଭ କରି ବଡ଼ ବଡ଼ ତୋରଣ ଓଡ଼ିଶାବାସୀଙ୍କୁ ବେଶ ଆକୃଷ୍ଟ କରିଥାଏ। କିନ୍ତୁ ଚଳିତ ବର୍ଷ କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଥିଲା। ଏହା ଶୁଣିବା ପରେ କଟକବାସୀ ମଧ୍ୟରେ ଏକ ପ୍ରକାର ଅସନ୍ତୋଷର ବତାବରଣ ଖେଳିଯାଇଥିଲା। କଟକ ୟୁଥ ମୁସଲିମ ଆସୋସିଏସନର ସଦସ୍ୟ ମାନେ ଓକିଲଙ୍କ ସହ ପରାମର୍ଶ କରି ଉଚ ନ୍ୟାୟଳୟ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଗଣମାଧ୍ୟମରେ ପୂଜା ହେବା ନେଇ ଖବର ପ୍ରକାଶ ପାଇବା ପରେ ସେମାନେ ଫେରିଥିଲେ। ତାଙ୍କର ଏହି ପ୍ରୟାସ ନିହାତି ଏକ ଉଦାହରଣ ସୃଷ୍ଟି କରିବ ଅନ୍ୟ ମାନଙ୍କ ପାଇଁ। ଏଥିପ୍ରତି ସଂଗଠନର ସମସ୍ତ ସଦସ୍ୟ ଏକମନ ଏକପ୍ରାଣରେ ଲାଗିପଡିଥିଲେ ଜାକ ଜକମରେ ନହେଉ କେବଳ ପୂଜାମଣ୍ଡପରେ ଜଗତଜନନୀ ମା ପୂଜା ପାଆନ୍ତୁ ଏହାହିଁ କଟକବାସୀଙ୍କ ମାଙ୍କ ନିକଟରେ ପାର୍ଥନା ଥିଲା।

Leave a Reply

Your email address will not be published. Required fields are marked *