କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସୋମପୁର ପଞ୍ଚାୟତର ଜନୈକ ବାସିନ୍ଦା ବିଜୟ କେତନ ଭୋଇ କରୋନ ଜନିତ ମୃତ୍ୟୁ ଖବର ପାଇ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପରିଷଦର କାର୍ଯ୍ୟକର୍ତ୍ତା ସୁରେଶ ଚନ୍ଦ୍ର ସ୍ୱାଇଁ, ସୁମନ ସୁରୂପ ଦାସ, ବିମଲ ପଣ୍ଡା, ଅନନ୍ତ ନାଥ, ଟୁଲୁ କୁଅର ପ୍ରମୁଖ ଉପସ୍ଥିତ ଥିଲେ । ଏହିପରି ସେଵାକାର୍ଯ୍ୟ ବିଭିନ୍ନ ସ୍ଥାନରେ ଜାରୀ ରଖିବାକୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି ।

