ଜାତୀୟ ସ୍ତରୀୟ ଭଜନ ପ୍ରତିଯୋଗିତାରେ ଆଶୁତୋଷ ମିଶ୍ର ଦ୍ୱିତୀୟ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ ସିରିଡିସାଇ ଚାରିଟେବୁଲ ଟ୍ରଷ୍ଟ କେନ୍ଦ୍ରାପଡା ଓ ବେବୀ ବିଙ୍ଗ ପ୍ରିସ୍କୁଲ ରାଉରକେଲାର ମିଳିତ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ସିରିଡି ସାଇ ଭଜନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଣ୍ଠଶିଳ୍ପୀ ଆଶୁତୋଷ ମିଶ୍ର ଏହି ଅନଲାଇନ ପ୍ରତିଯୋଗିତାରେ ଭାଗ ନେଇ ଦ୍ୱିତୀୟ ଶ୍ରେଷ୍ଠ କଣ୍ଠ ଶିଳ୍ପୀ ଭାବେ ବିବେଚିତ ହୋଇଛନ୍ତି। ଦୁଇ ଶହରୁ ଅଧିକ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ। ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ମାନପତ୍ର ଓ ପୁରସ୍କାର ସ୍ଥାନୀୟ ସିରିଡି ସାଇ ଚାରିଟେବୁଲ ଟ୍ରଷ୍ଟକୁ ପ୍ରେରଣ କରିଥିଲେ ଗତକାଲି ଉକ୍ତ ମାନପତ୍ର ଓ ପୁରସ୍କାରକୁ ସିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ଟ୍ରଷ୍ଟର ଚେୟାରମ୍ୟାନ ବାଳକୃଷ୍ଣ ପଟ୍ଟନାୟକ, ସାମ୍ବାଦିକ ଦ୍ୱିଜେନ ନାଥ ପାଢ଼ି, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ମିଳିତଭାବେ ପ୍ରଦାନ କରିଥିଲେ। ଆଶୁତୋଷ ଏହି କୃତିତ୍ୱ ପାଇଁ ପାରଳାର ଅଗ୍ରୀଣ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସଭକ୍ତିସଙ୍ଗୀତସଂସଦ,ପଦ୍ୟମୃତ ନୃତ୍ୟ।ୟନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *