ଜଳ ବହୁଳେ ଚାଷ ନଷ୍ଟ : ଚିନ୍ତାରେ ଚାଷୀ !!

0
185

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ର ପାଞ୍ଚୋଟି ପଂଚାୟତ କଣ୍ଟିଲୋ ,ଜାହାନପୁର ,ପାଟେଣିଗାଓଁ ,ପଟସରI,ସଭାମୁଳ ଆଦି ପଂଚାୟତର ଲୋକେ ଏବେ ପାଣି ଘେରରେ ,ଵିଲରୁ ପାଣି ନିଷ୍କାସନ ହୋଇ ନପାରିବାରୁ ତଳି କିଆରୀ ଓ ଧାନ ବିଲ ରେ ଧାନଗଛ ବୁଡି ସଢ଼ି ଗଲାଣି ,ଏହି ସବୁ ବିଲରୁ ପାଣି ସଫେଇ ଦେଇ ଅଢ଼ଙ୍ଗI, ସାଇପେନ ଦେଇ ଦେବୀ ନଦୀକୁ ଯାଇଥାଏ କିନ୍ତୁ ସଫେଇ ଖୋଲା ନଯିବାରୁ ଓ ଦଳ ଲାଗି ଥିବାରୁ ପାଣି ନିଷ୍କାସନ ହୋଇପାରୁ ନାହିଁ . ପ୍ରଶାସନ ଯଦି ନଶୁଣେ ତେବେ ଚାଷୀ ଓଲାଇବେ ରାଜ ରାସ୍ତାକୁ ,ବହୁବାର ପ୍ରଶାସନ କୁ ଦାବି ଜଣାଇଲେ ମଧ୍ୟ କିଛି ସୁବିଧା ହୋଇପାରୁ ନାହିଁ ,ଖାଲି ଧାନ ବିଲ କାହିଁକି ପନି ପରିବା ଫସଲ ମଧ୍ୟ ବୁଡି ନଷ୍ଟ ହୋଇଯାଇଛି , ଚାଷୀ ମାନେ ବର୍ଷା ନହଉଣୁ ଯଦି ଏଦୁର୍ଦଶା ତେବେ ଆଗକୁ କଣ ହେବ ଚିନ୍ତାରେ ଚାଷୀ କୁଳ . ଏହି ପାଞ୍ଚୋଟି ପଂଚାୟତ ର ହଜାର ହଜାର ହେକ୍ଟର ଚାଷ ଜମି ଏବେ ଜଳ ମଗ୍ନ ,ସଠିକ ଭାବେ ଡ୍ରେନେଜ ବ୍ୟବସ୍ତା ନହେବାରୁ ଲୋକମାନେ ଅସୁବିଧା ଭୋଗ କରୁଛନ୍ତି , ଧାନ ଫସଲ ଚାଷ ଆରମ୍ଭ ନହେବା ପୂର୍ବରୁ ଯାହା ତଳି ଓ କିଛି ବିଲ ରେ ରୁଆ ଯାଇଥିବା ଧାନ ଏବେ ସଢ଼ି ଗଲାଣି . ତଳି ନଥିବାରୁ ଆଗକୁ ଫସଲ ହେବ କଷ୍ଟ ,ଏହା ସହିତ ପାଣି କାରଣରୁ ପନିପରିବା ସାରୁ ,ଭେଣ୍ଡି ,ଜହ୍ନି ,ଛତିନ୍ଦ୍ରI,ପୋଟଳ ,ଲଙ୍କା ଆଦି ଫସଲ ମଧ୍ୟ ପାଣି ପଶି ନଷ୍ଟ ହୋଇଯାଇଛି , ଶହଶହ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ,ଖାଲି ଏବେର ସମସ୍ୟା ନୁହେଁ , ଆଗାମୀ ଦିନରେ ମଧ୍ୟ ଏହି ସମସ୍ୟାର ଆଶଙ୍କା ରହିଛି ,ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରି ଥିଲେ ମଧ୍ୟ କେହି ଏମାନଂକ କଥା ଶୁଣୁ ନାହାନ୍ତି , ସ୍ଥାନୀୟ ଚାଷୀମାନଙ୍କ ଅଭିଯୋଗ ପାଟେଣିଗାଓଁ ପାଖରେ ନଦୀ ବନ୍ଧ ରେ ଏକ ସାଇପନ ଦେବୀ ନଦୀ କୁ ଛଡା ଗଲେ ଏହି ସମସ୍ୟା ହୁଅନ୍ତା ନାହିଁ ,ବଳକା ପାଣି ନଦୀ କୁ ଚାଲି ଯାଆନ୍ତା , ଯାହା ଦ୍ୱାରା ଗୋଟିଏ ଅଢଙ୍ଗI, ସାଇପନ ଦେଇ ଯାଇପାରୁ ନଥିବା ପାଣି ଏପଟେ ଯାଆନ୍ତା , ଯାହା ଫଳରେ ପ୍ରତି ବର୍ଷା ଜନିତ ହେଉଥିବା ସମସ୍ୟା ଚାଷୀ ଙ୍କର ଦୂର ହୋଇ ପାରନ୍ତା , ଚାଷୀ ମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ବିଧାୟକ ,ଜଳ ସମ୍ପଦ ମନ୍ତ୍ରୀ ,ଜ଼ିଲ୍ଲାପାଳ ,ବିଭାଗୀୟ ଆଧିକାରୀ ମାନଂକୁ ଅବଗତ କରି ଥିଲେ ମଧ୍ୟ କିଛି ପ୍ରଭାବ ଦେଖିବାକୁ ମିଳିନାହିଁ , ଦୀର୍ଘ ଦିନ ସମସ୍ୟା ଭିତରେ ରହିବା ପରେ ସେମାନେ ଏବେ ପ୍ରଶାସନକୁ ନିବେଦନ କରିଛନ୍ତି ଖୁବ ଶୀଘ୍ର ସମସ୍ୟା ର ସମାଧାନ କରିବା ପାଇଁ , ନଚେତ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

LEAVE A REPLY

Please enter your comment!
Please enter your name here