ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସଂସାଇଲୋ ଗ୍ରାମରେ ହନୁମାନ ମୂର୍ତ୍ତି ଭଙ୍ଗା ଘଟଣାରେ ସୁକିନ୍ଦା ଥାନାରେ ଅଭିଯୋଗ କଲେ ଗ୍ରାମବାସୀ . ସୁକିନ୍ଦା ଥାନା ଅନ୍ତର୍ଗତ ସଂସାଇଲୋ ଗ୍ରାମ ପାଖ ମୁଖ୍ୟ ରାସ୍ତାରେ ଥିବା ହନୁମାନ ମୂର୍ତ୍ତିକୁ ସୋମବାର ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ଭାଙ୍ଗିବାକୁ ନେଇ ମଙ୍ଗଳବାର ଦିନ ସଂସାଇଲୋ ଗ୍ରାମରେ ଉତ୍ତେଜନା ଲାଗିରହିଥିଲା . ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ସମୟରେ ସଂସାଇଲୋ ଗ୍ରାମବାସୀ ଏବଂ ସୁକିନ୍ଦା ବଜରଙ୍ଗ ଦଳ ତରଫରୁ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି . ମୂର୍ତ୍ତୀ ଭଙ୍ଗା ଘଟଣା ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡ ପ୍ରଦାନ ନିମନ୍ତେ ଦାବୀ ଜୋର ଧରିଛି ।
ସଂସାଇଲୋ ଗ୍ରାମରେ ହନୁମାନ ମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଉତ୍ତେଜନା : ଥାନାରେ ଅଭିଯୋଗ

