ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ବିଭିନ୍ନ କୋଣରେ ଆଜକୁ ଦୀର୍ଘ ୪୯୮ଦିନ ଧରି ନିରବଚ୍ଛିନ୍ନ ଭାବରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲାର ବିଭିନ୍ନ ରେଳ ଷ୍ଟେସନ ଓ ସଂଲଗ୍ନ ବସ୍ତି ଅଞ୍ଚଳରେ ୪୯୨ ତମ ଦିବସରୁ ୪୯୮ତମ ଦିବସ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ଧରି ସାନ୍ଧ୍ୟ କାଳୀନ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଗରିବ ଅସହାୟ ଓ ଭିକ୍ଷୁକ ତଥା ରେଲୱେ ପ୍ଲାଟଫର୍ମରେ ଜୀବନ କାଟୁଥିବା ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଖିଲା ଓ ରନ୍ଧା ଖାଦ୍ୟ, ଓ.ଆର.ଏସ, ମାସ୍କ , ସାବୁନ, ସାନିଟାଇଜର ଏବଂ ବସ୍ତ୍ର ଆଦି ବଣ୍ଟନ କରାଯାଉଥିବା ବେଳେ, ଆଜି ୪୯୮ତମ ଦିବସରେ ଫାଉଣ୍ଡେସନର ସହ ସମ୍ପାଦକ ମାଷ୍ଟର ମିହିର କୁମାର ଓ ସଦସ୍ୟା ଶ୍ରାବଣୀ କିନ୍ନରଙ୍କ ସହାୟତାରେ ଚିନ୍ମୟୀ କିନ୍ନର, ଲିଜା କିନ୍ନର, ରୋଜି କିନ୍ନର ଆଦି ଭଦ୍ରକ ରେଲୱେ ଷ୍ଟେସନରେ ମାସ୍କ , ଓ.ଆର.ଏସ ଓ ବସ୍ତ୍ର ବଣ୍ଟନ କରୁଥିବାର ଦେଖିବାକୁ ମିଳିଛି ।
ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଭଦ୍ରକରେ କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ।

