ଆଧ୍ୟାତ୍ମିକ ପତ୍ରିକା ଯୋଗମାୟାର ସତସଙ୍ଗ କାର୍ଯ୍ୟକ୍ରମ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଆଧ୍ୟାତ୍ମିକ ପତ୍ରିକାର ଯୋଗମାୟା ପକ୍ଷରୁ ସତସଙ୍ଗ କାର୍ଯ୍ୟକ୍ରମ ଭର୍ଚୁଆଲ୍ ମୋଡ଼ରେ ସଞ୍ଚାଳିକା ରାଜଶ୍ରୀ ହୋତାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି . ଆୟୋଜିତ କାର୍ଯ୍ୟକ୍ରମରେ ରାଜଶ୍ରୀ ହୋତାଙ୍କ ଭଜନ, ବିଭୁଦତ୍ତ ମିଶ୍ର ବେଦପାଠ, ସୌମ୍ୟା ଭଟ୍ଟମିଶ୍ରଙ୍କ ଶ୍ଳୋକ, ଆଞ୍ଚଲ ମିଶ୍ରଙ୍କ ଭଜନ, ପ୍ରତୀକ୍ଷା ମହାପାତ୍ରଙ୍କ ନୃତ୍ୟ, ଇନ୍ଦିରା ମହାନ୍ତି ଓ ହିନ୍ଦୁଜା ମହାନ୍ତିଙ୍କ ଭଜନ ଆଦି ପରିବେଷଣ କରାଯାଇଥିଲା । ପ୍ରଶାସକ ଦାଶରଥୀ ଶତପଥୀ ତାଙ୍କର ଜଗନ୍ନାଥଙ୍କ ଅନୁଭୂତି ପ୍ରକାଶ ସହ ବିଭୂତି ମିଶ୍ରଙ୍କ ମଙ୍ଗଳା ବେଦପାଠ ଓ ପାର୍ଥସାରଥୀ ଜଣାଣ ଗାଇଥିଲେ । ଯୋଗମାୟା ପତ୍ରିକାର “ଯୋଗମାୟା ବିବାହ ବନ୍ଧନ ଉତ୍ସବ”ରେ ଶଙ୍ଖ, ହୁଳହୁଳି ଓ ଶ୍ରଦ୍ଧାଞ୍ଜଳି ମିଶ୍ରଙ୍କ ମଙ୍ଗଳା ସ୍ତୁତି କରାଯାଇଥିଲା । ମୁଖ୍ୟ ଉପଦେଷ୍ଟା ଆଶାରାଣୀ ରଥ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଏହି ବିବାହ ବନ୍ଧନର ଦାୟିତ୍ୱ ବିଶ୍ଵଜିତ ନାୟକ, ସଂଯୁକ୍ତା ନାୟକ, ଗୀତାରାଣୀ ମିଶ୍ର ଓ ସସ୍ମିତା ମିଶ୍ର ନିର୍ବାହ କରିବାକୁ ସ୍ଥିରୀକୃତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଯୋଗମାୟା ପତ୍ରିକାର ସମ୍ପାଦିକା ଲିପ୍ସା ମହାପାତ୍ର, ସଭାପତି ଡଃ ଦିଲ୍ଲୀପ ନାରାୟଣ ମହାପାତ୍ର, ସଂଯୋଜକ ଡଃ ଅରୁଣ କୁମାର ପ୍ରହରାଜ, ନୀଳାଚଳ ବାନାର୍ଜୀ, ଗୁରୁ ଚରଣ ଓଝା, ସୁଚେତା ମହାନ୍ତି, ଜନ ସଂପର୍କ ଅଧିକାରୀ ରାକେଶ ପ୍ରଧାନ, ମହ୍ଲ୍ଲାର ମିଶ୍ର, ସ୍ଵର୍ଣ୍ଣଲତା ତ୍ରିପାଠୀ, ସର୍ବା ସାମନ୍ତ ପ୍ରମୁଖ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *