ବାରଙ୍ଗ ରେ ବିଜେପିର କାର୍ଯ୍ୟକାରିଣୀ ବୈଠକ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଫୁଲପୋଖରୀ ବଛିପୁର ଗ୍ରାମ ମା ତାରିଣୀ ଙ୍କ ପୀଠରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି . ବାରଙ୍ଗ ମଣ୍ଡଳ ୩୨ ନମ୍ବର ଜୋନ ସଭାପତି ପ୍ରଭାତ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ କଟକ ଜିଲ୍ଲା ସାଧାରଣ ସମ୍ପାଦକ ରାମ ନାରାୟଣ ମହାନ୍ତି , ଜିଲ୍ଲା ସମ୍ପାଦକ ଆଲୋକ ମହାନ୍ତି , ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଜୟ ମୁଦୁଲି , ଉପ-ସଭାପତି ସୀତାକାନ୍ତ ମିଶ୍ର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭାସ ରାଉତ , ମଣ୍ଡଳ ସାଧାରଣ ସମ୍ପାଦକ ବୁଲୁ ସ୍ୱାଇଁ , ସମ୍ପାଦକ ଗୋବିନ୍ଦ ସ୍ୱାଇଁ , ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ସାହୁ , ପ୍ରଶାନ୍ତ ବେହେରା , ଅରୁନ୍ଧତୀ ପ୍ରଧାନ , ଦ୍ରୌପଦୀ ଦଳେଇ , ମମତା ଲେଙ୍କା , ଶାନ୍ତିଲତା ମହାପାତ୍ର , ସୁମିତ୍ର ସ୍ୱାଇଁ , ଗୀତା ପାଣି , ମଧୁସ୍ମିତା ଘଡେଇ ପ୍ରମୂଖ ଉପସ୍ଥିତ ରହିଥିଲେ . ବୈଠକ ଶେଷରେ ଯୁବନେତା ନଳୀନି ରାୟ ଧନ୍ୟବାଦ ପ୍ରଦାନ କରିଥିଲେ .

Leave a Reply

Your email address will not be published. Required fields are marked *