ଡମପଡା ବ୍ଲକ ପ୍ରଶାସନ ପାଇଁ ଦୁର୍ନୀତିର ପ୍ରୟୋଗଶାଳା ପାଲଟିଛି – କୁଶପଙ୍ଗୀ ଗ୍ରାମପଞ୍ଚାୟତ !!!

Spread the love

ବାଙ୍କୀ / ଡମପଡା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ର ମହାଦୁର୍ନୀତି ସମ୍ପର୍କରେ ପର୍ଦ୍ଦାଫାଶ ହେବା ପରେ ବିବାଦୀୟ ହୋଇ ପଡିଛନ୍ତି କୁଶପଙ୍ଗୀ ପଂଚାୟତର ସରପଞ୍ଚ ପୁଷ୍ପଲତା ପରିଡା ଏବଂ ତାଙ୍କର ସ୍ୱାମୀ ତଥା ଡମପଡା ବ୍ଲକ ଯୁବ ବିଜେଡି ସଭାପତି ଅସୀତ କୁମାର ଜେନା . ଏହା ସତ୍ୟ ଏବଂ ସ୍ପଷ୍ଟ ଯେ , ଅର୍ଥ ଘୋଟଲାର ସିଂହଭାଗ ହଡପ କରିଛନ୍ତି ଅସୀତ ଜେନା ଆଣ୍ଡ କୋ . ତେବେ ଏ ସବୁ ଭିତରେ ମିଡ଼ିଆ ଏବଂ ବିରୋଧୀ ଦଳର ଆକ୍ଷେପ ଅଭିଯୋଗରୁ ନିରାପଦ ଦୂରତାରେ ରହିଛନ୍ତି ଡମପଡା ବ୍ଲକର ଉନ୍ନୟନ ଅଧିକାରୀ ମହାଶୟ . ପୋଖରୀ ଯାକର ପାଣି ପିଇ ଝାଡ଼ିଝୁଡ଼ି ହୋଇ ବସିଥିବା ଏହି ଅଧିକାରୀ ହିଁ ଅସଲରେ ସବୁ ଖେଳର ଅଭିଜ୍ଞ ଡ଼ାଇରେକ୍ଟର ଏବଂ ତାଙ୍କର କିଛି ଅଧସ୍ଥନ କର୍ମଚାରୀ ମାନେ ହିଁ ପୁରା ଫିଲ୍ମ ର ଷ୍ଟାର କାଷ୍ଟ .

ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡା ବ୍ଲକ ର ମହାଦୁର୍ନୀତି ରେ ଅସଲ କାର୍ପଟଦାର ହେଉଛନ୍ତି ଡମପଡା ବ୍ଲକ ର ପ୍ରଶାସନିକ ଅଧିକାରୀ . ଯଦିଓ ଅର୍ଥ ଘୋଟଲାର ମାଷ୍ଟର ପ୍ଲାନ କୁଶପଙ୍ଗୀ ପଞ୍ଚାୟତ ସରପଞ୍ଚ ପୁଷ୍ପଲତା ପରିଡା ଏବଂ ତାଙ୍କର ସ୍ୱାମୀ ଅସୀତ କୁମାର ଜେନା ଙ୍କର , ତେବେ ବ୍ଲକ କର୍ତ୍ତୁପକ୍ଷଙ୍କ ବିନା ସହାୟତାରେ ଏହା କରିବା ଅସମ୍ଭବ ଲାଗୁଛି . ଡମପଡା ବ୍ଲକର ବିଡ଼ିଓ , ଜେଇ , ଏପିଓ , ଜିଆରଏସ , ଭିଏଲଡବ୍ଲୁ ସମସ୍ତେ ମିଳିମିଶି କୁଶପଙ୍ଗୀ ଗ୍ରାମ ପଞ୍ଚାୟତକୁ କରିଛନ୍ତି ଦୁର୍ନୀତିର ପ୍ରୟୋଗଶାଳା . ବିଭିନ୍ନ ଉନ୍ନୟନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁରୀ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ କାହିଁକି . ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ! ପଞ୍ଚାୟତରେ ଅନେକ ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରାଯାଇ ପାଖାପାଖି 50 ଲକ୍ଷରୁ ଅଧିକ ଟଙ୍କା ହଡପ ହୋଇଛି , ତାର ତଦନ୍ତ କେବେ ?? ରୁର୍ବାନ ସ୍କିମ ରେ ପଞ୍ଚମ ଏବଂ ଚତୁର୍ଦ୍ଦଶ ଅର୍ଥ କମିଶନ ରୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପାଇଁ ଉଦ୍ଦିଷ୍ଟ ଅର୍ଥ କୁ କାହିଁକି ଉଠାଗଲା , ଯଦି ଉଠାଗଲା ତେବେ ପାନୀୟ ଜଳ ଯୋଗାଣ ର ବିଦ୍ୟୁତ ସଂଯୋଗର ବିଲ ପ୍ରଦାନ ହୋଇନାହିଁ କାହିଁକି . ପୁନଶ୍ଚ ପାନୀୟ ଜଳ ଯୋଗାଣରେ କାର୍ଯ୍ୟରତ ଏସିଏମ ମାନଙ୍କୁ ଦରମା ମଧ୍ୟ ଦିଆ ଯାଇନାହିଁ . ସେ ଅର୍ଥ ଗଲା କୁଆଡେ ?? ବିଭିନ୍ନ ଉନ୍ନତିମୂଳକ କାମରେ ତାଳବସ୍ତ କ୍ଲଷ୍ଟର ରେ 77 କୋଟି ଟଙ୍କା ଖର୍ଚ ହୋଇଛି ବୋଲି ଦର୍ଶାଯାଇଛି , ସେ ଟଙ୍କାର ବିନିଯୋଗ କେଉଁଠାରେ କରାଯାଇଛି ତାର ହିସାବ ବ୍ଲକ ପ୍ରଶାସନ ଦେଉ ! କାହା ଇସାରାରେ ଜବକାର୍ଡ ଧାରୀ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଶ୍ରମିକଙ୍କ ଗାଡିକୁ ସରକାରୀ କାର୍ଯ୍ୟାଳୟରେ ଭଡାରେ ଲଗାଯାଇଥିଲା , ପୁଣି କାହା ନିର୍ଦ୍ଦେଶରେ ତାହାକୁ ରାତି ଅଧିଆ କାଢି ଦିଆଗଲା ?? ବାଙ୍କୀ ପ୍ରଶାସନ ଅଧୀନରେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀ ( ଡମପଡା ରେ କାର୍ଯ୍ୟରତ ବିଡ଼ିଓ ) କାହା କୃପା ରେ ଏତେ ବର୍ଷ ଧରି ରହିଛନ୍ତି ?? ବାରମ୍ବାର ଅଭିଯୋଗ ସତ୍ତ୍ୱେ ବି ଡମପଡା ବ୍ଲକ ପ୍ରଶାସନ ନୀରବ କାହିଁକି ?? ଏ ସମସ୍ତ ଅସମାହିତ ପ୍ରଶ୍ନ ଜନତାଙ୍କର , ଏହାର ଉତ୍ତର ବ୍ଲକ ଅଧିକାରୀ ଦେଉଛନ୍ତି ନାଁ ନାହିଁ ତାହାକୁ ଅପେକ୍ଷା !!

Leave a Reply

Your email address will not be published. Required fields are marked *