ପାୟଲ ମ୍ୟୁଜିକ ସ୍କୁଲ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !

0
181

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପ୍ରଥମ ଥର ପାଇଁ ଭିନ୍ନ ପ୍ରଚେଷ୍ଟା କରିଛି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପାୟଲ ମ୍ୟୁଜିକ୍ ସ୍କୁଲ । ଦୀର୍ଘ ଏକ ମାସ ଧରି ବିଭିନ୍ନ ସ୍ଥାନ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଦେବାଶିଷ ସାମଲ ଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ପୃଥିବୀ ପୃଷ୍ଟରୁ ତାଳ ଗଛ ଲୋପ ପାଇବାକୁ ବସିଛି । ଯାହା ଫଳରେ ପ୍ରତିବର୍ଷ ବଜ୍ରପାତରେ ଅକାଳରେ ଅନେକ ଧନ ,ଜୀବନ ହାନି ଘଟୁଛି । ବାଇ ଚଢେଇ ବଂଶ ବିଲୁପ୍ତ ହେବାକୁ ବସିଲାଣି । ପାରମ୍ପରିକ ତାଳ ପତ୍ର ସାମଗ୍ରୀ ବୁଡିବାକୁ ବସିଲାଣି । ଏସବୁକୁ ଆଖି ଆଗରେ ରଖି ପାୟଲ ମ୍ୟୁଜିକ୍ ସ୍କୁଲ ପ୍ରଥମ ଥର ପାଇଁ ଏକ ଭିନ୍ନ ପ୍ରଚେଷ୍ଟା କରି ତାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବାକୁ ଆଗେଇ ଆସିଛି ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଇନ୍ଦୁପୁର ଠାରୁ ପଟାମୁଣ୍ଡାଇ ପର୍ଯ୍ୟନ୍ତ କେନାଲ ବନ୍ଧର ଉଭୟ ପାର୍ଶ୍ଵରେ ଦୀର୍ଘ ୧୯ କିମି ବ୍ୟାପି ତାଳ ଗଛ ଲଗାଇବା ଯୋଜନା ରହିଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପରିବେଶବିତ୍ ତଥା ଜାତୀୟ ଯୁବ ପୁରସ୍କାର ବିଜେତା ଡ଼ଃ ପ୍ରକାଶ ଚନ୍ଦ୍ର ଜେନା, ଭରତ କୁମାର ଜେନା, ଯୋଜନା ସହାୟକ ପରିବେଶ ଶିକ୍ଷା କେନ୍ଦ୍ର, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଜୟନ୍ତ କୁମାର ଜେନା , ସହାୟକ କୃଷି ଅଧିକାରୀ ଭୁବେନେଶ୍ୱର ଡ଼ଃ ସଚ୍ଚିଦାନନ୍ଦ ପ୍ରଧାନ – ଅଧ୍ୟକ୍ଷ ବିଶ୍ଵ ନାହାକାଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟାଙ୍ଗି ଏବଂ ଅନୁଷ୍ଠାନର ଛାତ୍ର ଛାତ୍ରୀ ଦିଲ୍ଲୀପ କୁମାର ଜେନା, ଅଭିଜିତ୍ ମିଶ୍ର, ବିପନ କୁମାର ମଲ୍ଲିକ, ମାନସ କୁମାର ଗୋଛାୟତ ,ରଜତ କୁମାର ମଲ୍ଲିକ, ସନ୍ତୋଷ କୁମାର ଜେନା ଓ ମନୋଜ ମଲ୍ଲିକ ପ୍ରମୂଖ ସାମିଲ ହୋଇ ତାଳ ଗଛ ଲଗାଇବାରେ ସାହାଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here