କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ ବୟାଳିଶ ମୌଜା ଉପକଣ୍ଠ ବେଣ୍ଟକାର ପଞ୍ଚାୟତ ଏରଞ୍ଚ ଗ୍ରାମର ଶିଶିର ମହାନ୍ତିଙ୍କ ଘରବାଡ଼ି ଡିହ ଖାତା ନମ୍ବର.୧୯୭, ପ୍ଲଟ ନମ୍ବର.୨୬୩ ଉପରେ ବେଆଇନ ଘର ନିର୍ମାଣ ନେଇ ବୟାଳିଶ ମୌଜା ଫାଣ୍ଡିରେ (କେସ ନମ୍ବର – ୫୧୦/୨୧) ଅଭିଯୋଗ କରିଥିଲେ । ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ଅପର ପକ୍ଷକୁ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ . ପରେ ମାନ୍ୟବର ଅଦାଲତ ଙ୍କ ପକ୍ଷରୁ ୧୪୪ ଧାରା ଜାରୀ ସହ ସୋ-କଜ ନୋଟିସ ପ୍ରଦାନ କରା ଯାଇଥିଲେ ମଧ୍ୟ ଏହାକୁ ମାନି ନଥିଲେ ବେଆଇନ ଘର ନିର୍ମାଣ କରୁଥିବା ବ୍ୟକ୍ତି . ତେବେ ପ୍ରାଥମିକ ସ୍ତରରେ ଫାଣ୍ଡି ପକ୍ଷରୁ କୌଣସି ଗୁରୁତ୍ଵପର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ଆସିଛି । ଏନେଇ ଶିଶିର ମହାନ୍ତି ଏବଂ ତାଙ୍କ ପୁତ୍ର ତୁଷାର ମହାନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ଜିଲ୍ଲାପାଳ ପ୍ରଭୃତିଙ୍କୁ ନ୍ୟାୟ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ବେଆଇନ ଘର ନିର୍ମାଣ କାର୍ଯ୍ୟକୁ ବିରୋଧ : ଆଇନ ର ଆଶ୍ରୟ ନେଲେ ଅଭିଯୋଗକାରୀ ।

