ଜାଲ ଉତ୍ତରାଧିକାରୀ ସାର୍ଟିଫିକେଟ ଦେଖାଇ ଜାଗା ହଡପ ଅଭିଯୋଗ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜାଲ ଉତ୍ତରାଧିକାରୀ ସାର୍ଟିଫିକେଟ ଦେଖାଇ ଜାଗା ହଡପ ଅଭିଯୋଗ . ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବୋରାପଦା ଗ୍ରାମରେ ଜାଲ ଉତ୍ତରାଧିକାରୀ ସାର୍ଟିଫିକେଟ ଦେଖାଇ ଜାଗା ହଡପ କରିଥିବା ଅଭିଯୋଗ ଆସିଛି । ଅଭିଯୋଗ କରିଛନ୍ତି ବୋରାପଦା ର ଲବଙ୍ଗ ଦେହୁରୀ ନାମକ ମହିଳା । ଲବଙ୍ଗଙ୍କର ଅଭିଯୋଗ ଅନୁସାରେ ତାଙ୍କର ସ୍ୱାମୀ 2020 ମସିହାରେ ମୃତ୍ୟୁବରଣ କରିବା ପରେ, ତାଙ୍କର ଦିଅର ପାଣ୍ଡବ ଦେହୁରୀ ଚତୁରତାର ସହ ନିଜ ତିନି ଝିଅ ସୁନିତା, ସବିତା ଏବଂ ବବିତା ଙ୍କ ଆଧାର କାର୍ଡ ରେ ଲବଙ୍ଗଙ୍କ ସ୍ୱାମୀଙ୍କ ନାମ ଏବଂ ତାଙ୍କ ନାମ ପକାଇ ସମ୍ପତ୍ତି ହଡପ କରିଛନ୍ତି । ଲବଙ୍ଗଙ୍କ ସ୍ୱାମୀ ତିଆରି କରିଥିବା ଘରୁ ଲବଙ୍ଗ, ତାଙ୍କ ପୁଅ ସୁବଳ ଦେହୁରୀ ଓ ବୋହୁ କୁ ମାର ପିଟ ଧକ୍କା ଦେଇ ବାହାର କରିଦେଇଥିବାର ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କୁ ଭେଟି ନିଜର ଦୁଃଖ ଜଣାଇଛନ୍ତି । ଲବଙ୍ଗଙ୍କ କହିବା ଅନୁସାରେ ତାଙ୍କ ମଝିଆ ଝିଆରୀ ସବିତା ଦେହୁରୀ DRDA ରେ କିରାଣୀ ରୂପେ କାର୍ଯ୍ୟ କରୁଥିବାରୁ , ତାଙ୍କର ସମସ୍ତ ସରକାରୀ ବାବୁମାନେ ଚିହ୍ନା ଅଛନ୍ତି ବୋଲି କହିବା ସହ କେହି ତାଙ୍କର କିଛି କରିପାରିବେନି ବୋଲି ମଧ୍ୟ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଗତ ଅଗଷ୍ଟ ୧୧ ତାରିଖ ଦିନ ସଦର ତହସିଲଦାର ଘଟଣା ସ୍ଥଳକୁ ଯାଇ ଏକପାଖିଆ ଭାବେ ଜାଗା ମପାଚୁପା କରି ପଳେଇ ଆସିଲେ ବୋଲି ମଧ୍ୟ ଲବଙ୍ଗ ଦେହୁରୀ ଅଭିଯୋଗ ଆଣିଛନ୍ତି । ତେଣୁ ମାନ୍ୟବର ଜିଲ୍ଲାପାଳ ଏହି ଘଟଣାଟିର ନିରପେକ୍ଷ ତଦନ୍ତ କରି ଦୋଷୀକୁ ଉଚିତ ଦଣ୍ଡ ବିଧାନ କରାଇଲେ ସେ ଉଚିତ ନ୍ୟାୟ ପାଇବେ ବୋଲି ଆଶା ଗଣମାଧ୍ୟମ ଜରୀଆରେ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *