ଦଶପଲ୍ଲା ରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ କୁଆଁରିୟା ଡ଼୍ୟାମ୍ ଠାରେ ବିଜୁ ଜନତା ଦଳର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି . କୋଭିଡ ଗାଇଡ୍ ଲାଇନ୍ ଅନୁସାରେ ସିମିତ କର୍ମୀଙ୍କୁ ନେଇ ଏକ ଛୋଟ ସଭାର ଆୟୋଜନ ହୋଇଥିଲା । ନୟାଗଡ଼ ଜିଲା ପର୍ଯ୍ୟବେକ୍ଷକ ତଥା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବୈଠକରେ ଯୋଗଦାନ କରି ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ଦଳୀୟ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ . ନୟାଗଡ଼ ଜିଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ଅନ୍ୟ ୩ ଟି ଯାକ ବ୍ଳକ୍ ର ଅଧକ୍ଷ୍ୟ , ଅଧକ୍ଷ୍ୟା ଏବଂ ଛାମୁଆ କର୍ମୀମାନେ ବୈଠକରେ ଉପସ୍ଥିତ ରହିଥିଲେ . ତୃଣମୂଳ ସ୍ତରରେ ବିଜେଡି କୁ ଆହୁରି ସଙ୍ଗଠିତ କରିବାକୁ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *