ଷ୍ଟାଡିଅମ ନାମକରଣକୁ ନେଇ ବାଙ୍କୀ ରେ ରାଜନୈତିକ ଛକାପଞ୍ଚା ଆରମ୍ଭ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା ପରେ ଏବେ ଆରମ୍ଭ ହୋଇଗଲା ରାଜନୈତିକ ଛକାପଞ୍ଝା. ବାଙ୍କୀ ରେ ଶାସକ ବିଜେଡି ପକ୍ଷରୁ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଇଣ୍ଡୋର ଷ୍ଟାଡିୟମର ନାମ ବିଜୁ ପଟ୍ଟନାୟକ ଙ୍କ ନାମରେ ନାମିତ କରିବା ପାଇଁ ପ୍ରସ୍ତାବ ରଖାଯିବା ପରୀ , ଏହାକୁ ବିରୋଧ କରୁଛନ୍ତି ବିରୋଧୀ . ଯାହାକୁ ନେଇ ବାଙ୍କୀ ବିଜେପି ପକ୍ଷରୁ ଶୁଭ୍ରାଂଶୁ ମୋହନ ପାଢ଼ୀ ସାମ୍ବାଦିକ ସମ୍ମିଳନୀ କରି ନାମକରଣ ପ୍ରସ୍ତାବକୁ ଘୋର ବିରୋଧ କରିଛନ୍ତି . ବାଙ୍କୀ ର ଭୂମିପୁତ୍ର ତଥା ସମବାୟ ସମ୍ରାଟ ପୂର୍ବତନ ମନ୍ତ୍ରୀ ଡ଼ଃ ଯୋଗେଶ ଚନ୍ଦ୍ର ରାଉତ ଙ୍କ ନାମରେ ନୂତନ ଭାବେ ନିର୍ମାଣ ହେବା କୁ ଥିବା ଇଣ୍ଡୋର ଷ୍ଟାଡିୟମ ର ନାମ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖେ ଦାବି ରଖିଛନ୍ତି . ଅନ୍ୟପଟେ ଗତ ୨ ଦିନ ତଳେ ବିଜେଡି କାର୍ଯ୍ୟାଳୟ ରେ ବାଙ୍କୀ ବିଧାୟକ ଏକ କାର୍ଯ୍ୟକ୍ରମରେ ନିର୍ମାଣ ହେବାକୁ ଥିବା ଇଣ୍ଡୋର ଷ୍ଟାଡିୟମକୁ ବିଜୁ ପଟ୍ଟନାୟକ ଙ୍କ ନାମରେ ନାମିତ କରିବାକୁ ପ୍ରସ୍ତାବ ରଖିଥିଲେ . ଯାହା ବିଧାୟକ ଙ୍କ ପକ୍ଷେ ଶୋଭନୀୟ ନୁହେଁ ବୋଲି ବିଜେପି ନେତା ଶ୍ରୀଯୁକ୍ତ ପାଢ଼ୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି . ଅନ୍ୟ ପଟେ ସ୍ୱର୍ଗତ ଯୋଗେଶ ଚନ୍ଦ୍ର ରାଉତଙ୍କ ନାମରେ ଷ୍ଟାଡିଅମ ନିର୍ମାଣ ପାଇଁ ବାଙ୍କୀ ଜନସାଧାରଣ ଙ୍କ ପକ୍ଷରୁ ସେ ଏହି ପ୍ରସ୍ତାବ ଦେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି .

Leave a Reply

Your email address will not be published. Required fields are marked *