ଭକ୍ତି ଭଜନରେ ପ୍ରତିଫଳିତ ହେଲା ଢେଙ୍କାନାଳର ଶୈବପୀଠ ମାହାତ୍ମ୍ୟ

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦେବ ଦେବ ମହାଦେବ ଭଜନର ଶୁଭ ଉନ୍ମୋଚନ . ଏକ ଭକ୍ତିମୟ ସଂଧ୍ୟା ରେ ନିତା ନୃତ୍ୟାଙ୍ଗନାର ‘ଦେବ ଦେବ ମହାଦେବ” ଭଜନ ର ଶୁଭ ଉନ୍ମୋଚନ ହୋଇଯାଇଛି । ଆଜିର ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଶତ୍ରୁଘ୍ନ ମାଟି, ନିତାନୃତ୍ୟଙ୍ଗନାର ସମ୍ପାଦକ ଆଶିଷ କୁମାର ପାଲ ,ସଭାପତି ବିଶ୍ୱଜିତ ସାହୁଙ୍କ ସମେତ ଏହି ଭଜନରେ ନିଜ ନିଜର କଳା ପ୍ରଦର୍ଶନ କରିଥିବା କୁନି କୁନି କଳାକାର ମାନେ ଉପସ୍ଥିତ ଥିଲେ । ଭଜନଟିରେ ସଙ୍ଗୀତ ଏବଂ କଣ୍ଠ ଦାନ କରିଛନ୍ତି ବିଶ୍ୱଜିତ ଆଚାର୍ଯ୍ୟ, ସମ୍ପାଦନା ଏବଂ କ୍ୟାମେରା ରେ ସହଯୋଗ କରିଛନ୍ତି ପ୍ରଜ୍ଞା ପ୍ରିୟଦର୍ଶନ । ଢେଙ୍କାନାଳରେ ବିଭିନ୍ନ ଶୈବ ପୀଠ ଗୁଡିକୁ ଏହି ଭଜନ ମାଧ୍ୟମରେ ପ୍ରତିଫଳିତ କରାଯାଇଛି । ଏହା ଶ୍ରବଣ ମାସରେ ଶୈବ ଭକ୍ତ ମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି କୁ ପ୍ରତିପାଦିତ କରୁଅଛି । ଶ୍ରୋତା ମାନଙ୍କର ଏହି ଭଜନଟି ହୃଦୟସ୍ପର୍ଶୀ ହେବବୋଲି ଆଶା ବ୍ୟକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *