ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଶରଣକୁଳ ସେବା ସମବାୟ ସମିତିରେ ଗତ ଦୁଇବର୍ଷ ମଧ୍ୟରେ ଚାଷୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା କରାଯାଇ ଥିବାର ଅଭିଯୋଗ ଆସିଛି . ସମିତିର ସମ୍ପାଦକ ନକଲି ଏବଂ ଭୁତ ଚାଷୀଙ୍କ ନାଁରେ ପ୍ରାୟ ୧ କୋଟି ଟଙ୍କା ହଡପ କରିଥିବାର ଅଭିଯୋଗ ଆଣି , ତଦନ୍ତ ଦାବିରେ ଶରଣକୁଳର ଚାଷୀ ଗୋପାଳ କୃଷ୍ଣ ଆଜାଦ ଧାରଣାରେ ବସିଛନ୍ତି l ଗତ ଦୁଇ ବର୍ଷ ମଧ୍ୟରେ ଶରଣକୁଳ ପ୍ୟାକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଚାଷୀ ତାଲିକା ସୂଚନା ଆଇନରେ ସମିତି ସମ୍ପାଦକଙ୍କୁ ତଥ୍ୟ ମାଗିଥିଲେ . ହେଲେ ଧରା ପଡିବା ଭୟରେ ମଧ୍ୟ ସମ୍ପାଦକ ତାଲିକା ପ୍ରଦାନ କରୁ ନାହାଁନ୍ତି l ଚାଷୀ ତାଲିକା ସମିତି ସମ୍ପାଦକଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଥିବା ସତ୍ତ୍ୱେ ସୂଚନା ଆଇନରେ ସମ୍ପାଦକ ଲୁଚାଇ ରଖିବା ସମ୍ପାଦକଙ୍କ ସ୍ୱଚ୍ଛତା ପଦାରେ ପକାଇ ଦେଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କହିଛନ୍ତି l ଧାରଣା କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, କଂଗ୍ରେସ ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ମଦନ ମୋହନ ବିଶୋଇ, ପ୍ରଫୁଲ୍ଲ କୁମାର ପାଟ୍ଟଶାଣି, ଲଷ୍ମଣ ଜେନା, ଅକ୍ଷୟ କୁମାର ମଲ୍ଲ ପ୍ରମୁଖ ଯୋଗଦେଇ ଚାଷୀଙ୍କ ଦାବୀକୁ ସମର୍ଥନ କରିଛନ୍ତି l ସୋସାଇଟି ସମ୍ପାଦକ ଚାଷୀ ତାଲିକା ପ୍ରଦାନ କରିବା ପର୍ଯ୍ୟନ୍ତ ଯୁବ ଚାଷୀ ଗୋପାଳକୃଷ୍ଣ ଆଜାଦ ଧାରଣାରେ ବସିବେ ବୋଲି ଜଣାଇଛନ୍ତି .
ଚାଷୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା : ଧାରଣାରେ ବସିଲେ ଚାଷୀ !!!

