ବିତ୍ପାତ ପ୍ରସ୍ତୁତି ଓ ଯୁବାନୁଷ୍ଠାନ ପକ୍ଷରୁ ରିଲିଫି ସାମଗ୍ରୀ ବଣ୍ଟନ !

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବିତ୍ପାତ ପ୍ରସ୍ତୁତି ଓ ଯୁବାନୁଷ୍ଠାନ ପକ୍ଷରୁ ରିଲିଫି ସାମଗ୍ରୀ ବଣ୍ଟନ ! ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଶ୍ରୀରାମପୁର ଗ୍ରାମର ସାମାଜିକ ସଂଗଠନ ବିତ୍ପାତ ପ୍ରସ୍ତୁତି ଓ ଯୁବାନୁଷ୍ଠାନ ଏବଂ ୟୁସୁଫ ଅଲ୍ଲୀ ମେହେର ସେଣ୍ଟର ଙ୍କ ସହାୟତାରେ ରିଲିଫ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ରବିନାରାୟଣ ପଣ୍ଡା ଙ୍କ ଆବାହକତ୍ୱ ଏବଂ ଅନୁଷ୍ଠାନ ର ସଭାପତି ଶ୍ୟାମସୁନ୍ଦର ପୃଷ୍ଟି ଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୋଲଗଡ ବ୍ଲକ ଅଧକ୍ଷ ଗୋପାଳ ଚରଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ! ଉକ୍ତ କାର୍ଯ୍ୟକ୍ରମ ରେ ସମାଜସେବୀ ଆଲୋକ କୁମାର ସୁବୁଦ୍ଧି, ପୂର୍ବତନ ସମିତି ସଭ୍ୟ ରତ୍ନାକର ମହାପାତ୍ର, ସାମ୍ବାଦିକ ରଘୁନାଥ ମଲ୍ଲିକ, ସାମ୍ବାଦିକ ବିଶ୍ୱଜିତ ମହାପାତ୍ର, ସଂଯୋଜକ ଧ୍ରୁବ ଚରଣ ମହାପାତ୍ର, ଶିକ୍ଷାବିତ ତଥା ସମ୍ପାଦକ ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ! କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ର ଆଖପାଖ ଅଂଚଳର ବହୁ ଦୁସ୍ଥ , ଗରିବ ଅସହାୟ ବୃଦ୍ଧ ବୃଦ୍ଧା, ବିଧବା ଭିନ୍ନକ୍ଷମ ପ୍ରଭୃତି 70 ଜଣ ବ୍ୟକ୍ତିଙ୍କୁ 7 ଦିନ ପାଇଁ ଚାଉଳ, ଡାଲି, ତେଲ ଅତ୍ୟାବଶ୍ୟକ ସାମଗ୍ରୀ ଅନୁଷ୍ଠାନ ପକ୍ଷରୁ ବଣ୍ଟନ କରାଯାଇଥିଲା ! କରୋନା ମହାମାରୀ ସମୟରେ ବିତ୍ପାତ ପ୍ରସ୍ତୁତି ଯୁବାନୁଷ୍ଠାନ ପକ୍ଷରୁ ବିଗତ ଦିନରେ ବିଭିନ୍ନ ପଂଚାୟତ ରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକ ରୁ ଅଧିକ ଦୁଖୀ ଦୁସ୍ଥ ବ୍ୟକ୍ତି ମାନଙ୍କୁ ସାହାଯ୍ୟ ଓ ସହଯୋଗ କରାଯିବା ପାଇଁ ସଂଯୋଜକ ଶ୍ରୀଯୁକ୍ତ ମହାପାତ୍ର ପ୍ରକାଶ କରିଥିଲେ !

Leave a Reply

Your email address will not be published. Required fields are marked *