ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ରକ୍ଷା ବନ୍ଧନ ପର୍ବ ସହ ପ୍ରକୃତି ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବିଦ୍ୟାଳୟ ପରିସରରେ ଅବସର ପ୍ରାପ୍ତ ସେନା କର୍ମଚାରୀ ପ୍ରକୃତି ପ୍ରେମୀ ମନୋଜ କୁମାର ଦାସ ଏବଂ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ବୃକ୍ଷ ରୋପଣ କରିଥିଲେ । ବିଦ୍ୟାଳୟର ଦଶମ ଶ୍ରେଣୀ ବିଦ୍ୟାର୍ଥୀ ମାନେ ବିଦ୍ୟାଳୟ ପରିସରରେ ଥିବା ସମସ୍ତ ବୃକ୍ଷ ଗୁଡିକୁ ଫୁଲ, ଚନ୍ଦନ, ସିନ୍ଦୁର, ଅକ୍ଷତ ଦେଇ ପୂଜା କରିଥିଲେ । ନିଜ ହାତରେ ତିଆରି କରିଥିବା ରକ୍ଷା ସୂତ୍ର ରାକ୍ଷୀ କୁ ବୃକ୍ଷ ଗୁଡିକୁ ବାନ୍ଧିଥିଲେ ।

ବିଦ୍ୟାଳୟ ତରଫରୁ ଆର.ସୀତାପୁର ସ୍ଥିତ ଜଗନ୍ନାଥ ନିକେତନ ଅନାଥ ଆଶ୍ରମ ଠାରେ ବୃକ୍ଷ ରୋପଣ କରିବା ସହ ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କୁ ରକ୍ଷା ସୂତ୍ର ବନ୍ଧନ କରିବା ସହ ମିଷ୍ଟାନ୍ନ ଖୁଆଇବା ପରେ କଲମ ଓ ଖାତା ବଣ୍ଟନ କରାଯାଇଥିଲା । ଜିଲ୍ଲାର ମୁଖ୍ୟ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ମାନନୀୟ ବିଧାୟକ କେ.ନାରାୟଣ ରାଓ ଙ୍କୁ ରକ୍ଷା ବନ୍ଧନର ଡୋରି ବନ୍ଧା ଯାଇଥିଲା । ଆମକୁ ସୁରକ୍ଷା ପ୍ରଦାନ କରୁଥିବା ପୋଲିସ କର୍ମଚାରୀ , ଟ୍ରାଫିକ କର୍ମଚାରୀ, ବିଦ୍ୟାଳୟର ଶୁଭେଚ୍ଛୁ ଓ ସାମ୍ବାଦିକ ଭାଇ ମାନଙ୍କୁ ରକ୍ଷା ସୂତ୍ର ବାନ୍ଧିଥିଲେ ଛାତ୍ରଛାତ୍ରୀ । ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।

