ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଜିଲ୍ଲା ଭିଜିଲାନସ ସେଲ ପକ୍ଷରୁ ଜିଲ୍ଲାର ଏରସମା, ତିର୍ତ୍ତୋଲ ଓ ଜଗତସିଂହପୁର ସ୍ଥିତ ଲାଲାସାହି ଠାରେ ଏକକାଳୀନ ଚଢ଼ାଉ ହୋଇଛି । ଅବସର ପ୍ରାପ୍ତ ଆରଆଇ ସୁବାସ ଚନ୍ଦ୍ର ଦାସ ଙ୍କ ଲାଲାସାହି ବାସ ଭବନରେ ଭିଜିଲାନସ ପକ୍ଷରୁ ଚଢ଼ାଉ ଜାରି ରହିଛି । ବସୁନ୍ଧରା ଜମି ଜାଲିଆତି ଘଟଣାରେ ସମ୍ପୃକ୍ତି କୁ ନେଇ ଭିଜିଲାନସ ତରଫରୁ 16 ଜଣଙ୍କ ନାମରେ କେଶ ଦାୟର କରାଯାଇଥିଲା । ଜଗତସିଂହପୁର ର ତତ୍କାଳୀନ ଉପ-ଜିଲାପାଳ, ତହସିଲଦାର, ଓ ଆର ଆଇ ମାନଙ୍କ ର ବିଭିନ୍ନ ସ୍ଥାନରେ ଥିବା ଘର ଉପରେ ଭିଜିଲାନସ 9 ଟି ଟିମ ଏକ କାଳୀନ ଚଢ଼ାଉ କରିଛି । ସକାଳୁ ଚଢ଼ାଉ ଜାରି ରହିଥିଲେ ମଧ୍ୟ ଏବେ ସୁଦ୍ଧା କେତେ ପରିମାଣର ସମ୍ପତି ଜବତ କରାଯାଇଛି ତାର ସଠିକ ସୂଚନା ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ । ତେବେ ବିଭାଗ ପକ୍ଷରୁ ସମସ୍ତ ପ୍ରକାକର ଯାଞ୍ଚ ଚାଲିଛି । ଯାଞ୍ଚ ସରିଲା ପରେ ପ୍ରକୃତ ତଥ୍ୟ ମିଳିବ ବୋଲି ବିଭାଗୀୟ ଅଧିକାରୀ ଙ୍କ ପକ୍ଷରୁ ସୂଚନା ମିଳିଛି ।
ବସୁନ୍ଧରା ଜମି ଜାଲିଆତି ଘଟଣା : ଭିଜିଲାନସ ସ୍କାନର ରେ ଅବସରପ୍ରାପ୍ତ ରାଜସ୍ୱ ନୀରିକ୍ଷକ !!

