ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଖରସଣ୍ଡା ଗ୍ରାମରେ ବିଜେଡିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଦଳରେ ଶହେରୁ ଉର୍ଦ୍ଧ୍ୱ ବିଜେପି କର୍ମୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବାରୁ ଜିଲ୍ଲା ସଭାପତି ପ୍ରଦୀପ ନାୟକ ଦଳୀୟ ଉତ୍ତରୀୟ ଦେଇ ସେମାନଙ୍କୁ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ, ସାଂସଦଙ୍କ ପ୍ରତିନିଧି ବାଲ ଧନଞ୍ଜୟ , ବ୍ଳକ ସଭାପତି ଈଶ୍ୱର ଚନ୍ଦ୍ର ରାଓ, ଲକ୍ଷ୍ମୀକାନ୍ତ ପରିଚ୍ଛା, ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ବିଜେଡି କର୍ମୀ ଉପସ୍ଥିତ ଥିଲେ ।
ବିଜେଡି କର୍ମୀ ସମ୍ମିଳନୀ : ଦଳରେ ଯୋଗ ଦେଲେ ଶତାଧିକ ବିଜେପି କର୍ମୀ !!!

