ସୁକିନ୍ଦାରେ ବିଭତ୍ସ ହତ୍ୟାକାଣ୍ଡ : ଶୋଇବା ସ୍ଥାନରୁ ଟେକି ନେଇ ପଥରରେ ଛେଚି ହତ୍ୟା ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଖରଡି ପଞ୍ଚାୟତ ହରିଡାବାହାଳି ଗ୍ରାମ ରେ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ । ଗ୍ରାମର ସୁନିଆ ସୁରେନ୍ ନାମକ ୬୫ ବର୍ଷ ବୃଦ୍ଧଙ୍କୁ ଘର ବାରଣ୍ତା ଶୋଇଥିବା ବେଳେ ଟେକି ନେଇ ପଥରେ ଛେଚି ହତ୍ୟା । ଘଟଣା ସ୍ଥଳରେ ସୁକିନ୍ଦା ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ କେଉଁ କାରଣ ରୁ ହତ୍ୟାକାଣ୍ତ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ତେବେ ବୃଦ୍ଧ ଜଣଙ୍କ ଗ୍ରାମରେ ଲୋକଙ୍କୁ ଝଡାଫୁଙ୍କା କାମ କରନ୍ତି ବୋଲି ତାଙ୍କ ପୁଅ ପ୍ରକାଶ କରିଥିବା ସମୟରେ , ଗୁଣି ଗାରେଡି ସନ୍ଦେହ ରେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

Leave a Reply

Your email address will not be published. Required fields are marked *