ଗଜପତି ପୋଲିସକୁ ମିଳିଲା ବଡ଼ ସଫଳତା : ଚୋରା ବାଇକ ଜବତ – ୬ ଗିରଫ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା . ମୋଟର ସାଇକେଲ ଚୋରୀ ରାକେଟକୁ ଧରିବାରେ ସଫଳ ହୋଇଛି ପୁଲିସ । ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପାରଳାଖେମୁଣ୍ଡି ଟାଉନ ଥାନା ପେଟ୍ରୋଲିଂ ସମୟରେ ଫରେଷ୍ଟ ଗେଟ ଛକ ନିକଟରେ କୋୖଣସି ସୂତ୍ରରୁ ଖବର ପାଇ ମୋହନା ଥାନା ଅନ୍ତର୍ଗତ ଅଜିତ ମାଳି ବୋଲି ଜଣେ ବ୍ୟକ୍ତିକୁ ସନ୍ଦେହଜନକ ଅବସ୍ଥାରେ ଅଟକ ରଖିଥିଲେ . ଗାଡିର ଡକୁମେଣ୍ଟ ଚେକ କରିବା ସମୟରେ ଗାଡିର ଡକୁମେଣ୍ଟ ଠିକରେ ଦେଇ ପାରି ନଥିବାରୁ ତାଙ୍କୁ ଥାନାକୁ ଆଣି ପଚାରଉଚରା କରିବା ପରେ ଜଣା ପଡି ଥିଲା ଯେ ସେ ବ୍ୟବହାର କରୁଥିବା ବାଇକ ଟି ଏକ ଚୋରି ବାଇକ । ଅଟକ ବ୍ୟକ୍ତିଙ୍କ ତଥ୍ୟ ଆଧାରରେ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ଚବିଶଟି ବାଇକ ଜବତ କରିବା ସହିତ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ପାଞ୍ଚ ଜଣଙ୍କୁ ଗିରଫ କରିଛନ୍ତି ।ଏ ସଂକ୍ରାନ୍ତରେ ପାରଳାଖେମୁଣ୍ଡି ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି। ଅଜିତ ମାଳି କଟକ ଭୁବନେଶ୍ୱର ଓ ବ୍ରହ୍ମପୁର ଆଦି ସ୍ଥାନରୁ ଚୋରା ବାଇକ ଆଣି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ ଡିପିଓ ପ୍ରକାଶ ଚନ୍ଦ୍ର ଜେନା, ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *