ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ପାଇଁ ମହାମାରୀ କରୋନା କବଳରୁ ଆରୋଗ୍ୟ କାମନା କରି ମା’ ଦକ୍ଷିଣ କାଳୀଙ୍କ ନିକଟରେ ସମୁହ ଦୀପଦାନ କରିଥିଲେ ବିଜୁ ଜନତା ଦଳର ସମର୍ଥକ । ଏହି କାର୍ଯ୍ୟକ୍ରମରେ ନୟାଗଡ ପୁରୁଣା ସହରର ବିଜୁ ଜନତା ଦଳର ବହୁ ଯୁବକର୍ମୀଙ୍କ ସହିତ ବିଧାୟକଙ୍କ ବହୁ ଶୁଭେଛୁ ଓ ସମର୍ଥକ ଯୋଗ ଦେଇଥିଲେ । ବିଧାୟକ ଖୁବଶୀଘ୍ର ଆରୋଗ୍ୟ ଲାଭ କରି କର୍ମକ୍ଷେତ୍ରରେ ଯୋଗଦେଇ ସାରା ରାଜ୍ୟରେ ନୟାଗଡ଼ ନାମର ଟେକ ରଖିବାପାଇଁ ମା ଦକ୍ଷିଣ କାଳୀ ତାଙ୍କୁ ସଦା ସର୍ବଦା ଘଣ୍ଟ ଘୋଡାଇ ରଖି ପ୍ରେରଣା ଯୋଗାଇବା ପାଇଁ ପ୍ରାର୍ଥନା କରିଥିଲେ ।