ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି, ତେବେ ସେହି ଅନୁପାତରେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ ମଧ୍ୟ କରୁଛନ୍ତି . ଜିଲ୍ଲାରେ କୋଭିଡ ଜନିତ ମୃତ୍ୟୁହାର ବହୁତ କମ ରହିଅଛି . କରୋନା ରୋଗର ଔଷଧ ବା ଟୀକା ବର୍ତ୍ତମାନ ସୁଦ୍ଧା ଆସିନଥିବା ବେଳେ ଓଡ଼ିଶାରେ ପ୍ଲାଜମା ଥେରାପି ବେଶ ସଫଳ ହୋଇଅଛି . କରୋନାରେ ଆକ୍ରାନ୍ତ ହୋଇ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଥିବା ଲୋକର ରକ୍ତ ସହ ମିଶି ରହୁଥିବା ପ୍ଲାଜ୍ମା , ଅନ୍ୟ କରୋନା ଆକ୍ରାନ୍ତଙ୍କୁ ପ୍ରଦାନ କରି ରୋଗର ସଫଳ ଚିକିତ୍ସା ହୋଇ ପାରୁଛି . ଆଜି ରାୟଗଡା 12 ଜଣ କୋଭିଡ ଯୋଦ୍ଧା କରୋନା ରୋଗରେ ପୀଡିତ ହୋଇ କରୋନା ସହ ଲଢ଼େଇ କରି ବିଜୟ ଲାଭ ଓ ରୋଗ ମୁକ୍ତ ହୋଇଛନ୍ତି, ସେମାନେ ଆଜି ସ୍ୱେଚ୍ଛାକୃତ ଭାବରେ ପ୍ଲାଜମା ଦାନ କରିଛନ୍ତି। ସଂଗୃହୀତ ହୋଇଥିବା ବାରଟି ପ୍ଲାଜମା ପ୍ୟାକେଟ ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜକୁ ପଠାଯାଇଛି । ପ୍ଲାଜମା ଦାନ କରିଥିବା କରୋନା ଯୋଦ୍ଧା ମାନଙ୍କ ମଧ୍ୟରୁ 5 ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, 2 ଜଣ ପୋଲିସ କର୍ମଚାରୀ ଓ ଅନ୍ୟ ମାନେ ସାଧାରଣ ଜନତା ଅଟନ୍ତି . ଗୁଣପୁର, ପଦ୍ମପୁର ଓ ରାୟଗଡା ଅଞ୍ଚଳର ଏହି 12 ଜଣଙ୍କ ପ୍ଲାଜମା ଦାନରେ ଅନ୍ୟ କିଛି କରୋନା ରୋଗୀଙ୍କ ଜୀବନ ବଂଚି ପାରିବ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବାସୀଙ୍କ ତରଫରୁ 12 ଜଣ ଙ୍କୁ ସାଧୁବାଦ ଜଣାଇଛନ୍ତି ।