ନୟାଗଡ : ସ୍ଥିତି ସଜାଡୁଛନ୍ତି ତିନି ପ୍ରମୂଖ ଦଳ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପଞ୍ଚାୟତ ନିର୍ବାଚନ ସମୟ ଯେତିକି ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କରେ ଦଳ ବଦଳ ର ପର୍ବ ସେତିକି ଯୋର ଧରିବାରେ ଲାଗିଛି । କିଏ କେତେ ନେତା ଓ କର୍ମୀ ମାନଙ୍କୁ ନିଜ ଦଳ ଆଡକୁ ଆକର୍ଷିତ କରିପାରୁଛି ସେଥିପାଇଁ ଚାଲିଛି ପ୍ରତିଯୋଗିତା । ପ୍ରମୁଖ ତିନି ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ର ନେତା ମାନେ ବହୁ ହିସାବରେ ନିଜ ନିଜର ଅଙ୍କ କଷିବାରେ ଲାଗି ପଡିଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀ ଏବଂ ନେତା ମାନଙ୍କୁ ନିଜ ଦଳ ଆଡକୁ ଆକର୍ଷିତ କରିବାରେ ଧାଡିର ଆଗରେ ଥିବାର ଦେଖିବାକୁ ମିଳୁଅଛି । ନିକଟ ଅତୀତରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଇଟାମାଟି, ପୁରଷତ୍ତମପୁର , ବାଉଁଶିଆପଡା ଆଦି ଗ୍ରାମର ପ୍ରାୟ ପଚାଶ ରୁ ଉର୍ଦ୍ଧ୍ୱ ବିଜେପି ଏବଂ କଂଗ୍ରେସର କର୍ମୀ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରେରଣାରେ ଉତ୍ସାହିତ ହୋଇ ବଜେଡିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ଆଗକୁ ଏହି ଦଳ ବଦଳ କାର୍ଯ୍ୟକ୍ରମ ଭିତରେ ନୟାଗଡ଼ ରେ ବିରାଟ ପରିବର୍ତ୍ତନ ଆଭାସ ମିଳୁଥିବା ରାଜନୈତିକ ସମୀକ୍ଷକ ମାନେ ଆଲୋଚନା କରୁଛନ୍ତି ।

Leave a Reply

Your email address will not be published. Required fields are marked *