କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ଙ୍କୁ ବଡ଼ ସଫଳତା : ୩ ଲୁଟେରା ଙ୍କ ସମେତ ୩ କ୍ରେତା ଗିରଫ ।

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପୋଲିସ ହାତରେ ଆନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗର ତିନି ସଦସ୍ୟଙ୍କ ସମେତ ୩ ଜଣ ଚୋରା ଜିନିଷ କ୍ରେତା । ଟାଉନ ପୋଲିସ ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛି । ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାର ସଦର ଥାନା ଅଧିନରେ ଗତ ମାର୍ଚ୍ଚ ମାସରୁ ହେଉଥିବା ସିରିଜ ଚୋରି ଓ ଟାଉନ ଥାନା ଅଧିନରେ ଗତ ଏପ୍ରିଲ ମାସରୁ ହୋଇଥିବା ସିରିଜ ଚୋରି ମୋଟ ୮ଟି ଚୋରି ଘଟଣାରେ ୩ ଜଣ ଚୋର, ତିନିଜଣ ଚୋରା ଜିନିଷ କିଣିଥିବା ସୁନା ଦୋକାନୀ ଓ ଜଣେ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଗିରଫ ହୋଇଥିବା ମିର୍ଜାପାଟଣା ୱାର୍ଡର ମିର୍ଜା ମେହବୁବ ବେଗ ନାଁରେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ୨୮ଟି ମାମଲା ରହିଥିବା ବେଳେ ଖଡ଼ିଅଙ୍ଗର ସେକ ସାଜିଦ ନାଁରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାରେ ୧୭ଟି ମାମଲା, ତୃତୀୟ ଅଭିଯୁକ୍ତ ମିର୍ଜାପାଟଣାର ସେକ ଲୋକମାନ ନାଁ ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଟ ୧୦ଟି ମାମଲା ରହିଛି । ଗିରଫ ଅଭିଯୁକ୍ତ ମାନଙ୍କ ନିକଟରୁ ଗୋଟିଏ ଇଣ୍ଡିଗୋ କାର, ୨୧୦ଗ୍ରାମ ସୁନା, ୧୮୭ଗ୍ରାମ ରୁପା, ଦୁଇଟି ମୋଟର ସାଇକେଲ, ଗୋଟିଏ ଅଟୋ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଏହି ଚୋରି ଜିନିଷ କିଣିଥିବା ଅଭିଯୋଗରେ କେନ୍ଦ୍ରାପଡ଼ା ସହରର ସୁନା ଦୋକାନୀ ଅଜୟ ସାହୁ, ସୁବାସ କୁମାର ଚାନ୍ଦ ଓ ନଛିପଡା ଗାଁର ଅଜୟ ସାହୁକୁ ମଧ୍ୟ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ।

Leave a Reply

Your email address will not be published. Required fields are marked *