ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି । ଦୀର୍ଘ ୧୯ ମାସ ହେବ ପ୍ଲାଣ୍ଟ ବନ୍ଦ ଥିବାରୁ ଦୁର୍ଦ୍ଦିନରେ ଶ୍ରମିକ ଓ କର୍ମଚାରୀ । ସାତଦିନ ଧରି କର୍ମଚାରୀ ମାନେ ମେସ୍କୋ ଷ୍ଟିଲ କାରଖାନା ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ ହେଁ ଅଦ୍ୟାବଧି କୌଣସି ପ୍ଲାଣ୍ଟ କର୍ମଚାରୀ କିମ୍ଵା ପ୍ରଶାସନିକ ଅଧିକାରୀ କେହି ସେମାନଙ୍କ ସହିତ ଆଲୋଚନା କରିବାକୁ ଆସୁ ନାହାନ୍ତି । ;ପ୍ଲାଣ୍ଟ ନିର୍ମାଣ ପାଇଁ ଜମି ଦେଇ ବିସ୍ଥାପିତ ହୋଇ ନିଯୁକ୍ତି ପାଇଥିଲେ , ଭାବିଥିଲେ ସବୁ ସମସ୍ୟା ର ସମାଧାନ ହୋଇଯିବ । କିନ୍ତୁ କମ୍ପାନୀ କତ୍ତୃପକ୍ଷ ଓ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଛନ୍ତି । ଖାଲି ମେସ୍କୋ ନୁହେଁ ,ନିଳାଚଳ , ୟାଜଦାନୀ ,ଦୀନବନ୍ଧୁ, ମଇଥାନ ଭଳି ଅନେକ ଶିଳ୍ପ ର ଅବସ୍ଥା ସମାନ । କଳିଙ୍ଗନଗର ରେ ମାଳ ମାଳ ଶିଳ୍ପ ଗଢି ଉଠିଥିଲେ ମଧ୍ୟ ସବୁ ଏଠି ଅବହେଳିତ । ଯାହା ଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଅନେକ ଶ୍ରମିକ ଅନାହାର ରେ ପଡି ମୃତ୍ୟୁବରଣ କଲେଣି ତ ଆଉ କେତେକ ରୋଗାକ୍ରାନ୍ତ ହୋଇ କାଳତିପାତ କରୁଛନ୍ତି । ଯଥାଶିଘ୍ର ସରକାର ଓ କମ୍ପାନୀ କତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେଇ ସମସ୍ୟା ର ସମାଧନ କରିବାକୁ ଆକୁଳ ନିବେଦନ କରିଛନ୍ତି କର୍ମଚାରୀ ଓ ଶ୍ରମିକ ମାନେ ।
କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି !!!

