ପାଲଲହଡାରେ ବିଜେଡିର ବୃହତ ମିଶ୍ରଣ ପର୍ବ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଆୟୋଜିତ . ନିର୍ବାଚନ ମଣ୍ଡଳୀ ର ବିକାଶ ପାଇଁ ସମର୍ପିତ ବିଜୁ ଜନତା ଦଳର ବିକାଶଧାରା ରେ ଆକୃଷ୍ଟ ହୋଇ ତଥା ସ୍ଥାନୀୟ ବିଧାୟକ ମୁକେଶ କୁମାର ପାଳଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ପାଲଲହଡା ବ୍ଲକ୍ ଅନ୍ତର୍ଗତ କରଡାପାଳ ଗ୍ରାମପଞ୍ଚାୟତ ର ୨୫୦ ରୁ ଉର୍ଦ୍ଧ୍ଵ ବିଜେପି କର୍ମୀ ଆନୁଷ୍ଠାନିକ ଭାବରେ ବିଜେଡି ରେ ସାମିଲ ହୋଇଛନ୍ତି . ସ୍ଥାନୀୟ ନେତୃତ୍ୱ ତରଣି ବେହେରା ଙ୍କ ସଂଯୋଜନାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ନିର୍ବାଚନ ମଣ୍ଡଳୀ ର ବିକାଶଧାରାରେ ନିଜକୁ ସାମିଲ କରିବା ପାଇଁ ବିଜୁ ଜନତା ଦଳରେ ଯୋଗ ଦେଇଥିବା କଥା ପ୍ରକାଶ କରିଛନ୍ତି ନୂତନ ଭାବରେ ଦଳରେ ଯୋଗ ଦେଇଥିବା ସଦସ୍ୟ ।

Leave a Reply

Your email address will not be published. Required fields are marked *