ପାରଳାଖେମୁଣ୍ଡିରେ କୋଭିଡ କଟକଣା ମଧ୍ୟରେ ଜଗତ ଜନନୀ ମା’ ଦୁର୍ଗାପୂଜା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସହରରେ ଜଗତ ଜନନୀ ଶାରଦୀୟ ମା ଦୁର୍ଗାଙ୍କ ପୂଜା କୋଭିଡ କଟକଣା ମଧ୍ୟରେ ପାଳିତ ହେଉଛି । ପାରଳା ସହରର ବିଭିନ୍ନ ଶକ୍ତିପୀଠ ମା ମାଣିକେଶ୍ୱରୀ , ନିଲମ୍ମା ଠାକୁରାଣୀ , ମା କଦମ୍ବଖଣ୍ଡି ଓ ଦଣ୍ଡ କାରାମ୍ମାଙ୍କ ସମେତ ବଡ଼ବ୍ରହ୍ମଣ ସାହି ଓ ଟ୍ରେଜେରୀ ରୋଡ , ଟେକ୍ସି ସଙ୍ଘ , କଟକିଆ ସାହି , ଚିତ୍ରକାର ସାହି , ରାଜଗୁରୁ ସାହି , କରଣ ସାହି , ପିଏଚଡି ଓ ଇଲେକ୍ଟ୍ରି ବିଭାଗ ପ୍ରଭୃତି ପୂଜା ମଣ୍ଡପରେ ମା’ ଙ୍କ ପୂଜା ଅନୁଷ୍ଠିତ ହେଉଛି । ଶକ୍ତି ପୀଠ ଗୁଡିକରେ ଭକ୍ତଙ୍କ କିଛି ଟା ଦେଖା ମିଳୁଥିବା ବେଳେ ପୂଜା ମଣ୍ଡପ ଗୁଡିକ ଭକ୍ତଶୁନ୍ୟ ହୋଇପଡିଛି । କରୋନା କଟକଣା ଯୋଗୁଁ ପୂର୍ବବର୍ଷ ଭଳି ଚଳିତ ଥର ଶକ୍ତିପୀଠ କି ମା’ ଦୁର୍ଗାଙ୍କ ପୂଜା ମଣ୍ଡପରେ ଆଉ ସାଜସଜ୍ଜା ଯାକଯମକ କି ଗହଳି ମଧ୍ୟ ନାହିଁ। । ସାଧାରଣ ଭକ୍ତଙ୍କୁ ପୂଜାମଣ୍ଡପକୁ ବାରଣ ଥିବା ଯୋଗୁଁ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ସମ୍ମୁଖରେ କମିଟି ପକ୍ଷରୁ ପରଦା ଆବଦ୍ଧ କରାଯାଇଥିଲା । ପୂଜକ ଦ୍ଵାରାହିଁ ମା’ ଙ୍କ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜା ମଣ୍ଡପ ଗୁଡିକ ଭକ୍ତଶୁନ୍ୟ ହୋଇ ପଡିଥିବା ଯୋଗୁଁ ଏଥର ଆଉ ସେଭଳି କୌଣସି ଉତ୍ସାହ ପରିଲକ୍ଷିତ ହେଉନାହିଁ । କୋଭିଡ କଟକଣା ସହ ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ସମସ୍ତ ପୂଜା ମଣ୍ଡପରେ ପୂଜା କମିଟି ମାନଙ୍କ ପକ୍ଷରୁ ୪ ଫୁଟ ଉଚ୍ଚତାର କରାଯାଇଛି । ପୂଜାମଣ୍ଡପ ଗୁଡିକ ଚଳ ଚଞ୍ଚଳ ହୋଇଥିଲେ ମଧ୍ୟ କେବଳ ପୂଜକ ଦ୍ଵାରା ହିଁ ମା’ ଙ୍କ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କାର୍ଯ୍ୟ ଚାଲିଥିଲା ।

Leave a Reply

Your email address will not be published. Required fields are marked *