ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ସ୍ଥିତ ତୃତୀୟ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପରିସରରେ ଯବାନଙ୍କ ମୃତ୍ୟୁ , ସ୍ଥାନୀୟ ପୋଲିସର ତଦନ୍ତ ଜାରି । ତୃତୀୟ ଇଣ୍ଡିଆନ ରିଜର୍ଭ ବାଟାଲିୟନ ପରିସରରେ ଯବାନ ଗୋପୀନାଥ ଜେରାଇ ଙ୍କ ମୃତ୍ୟୁ ଘଟଣାକୁ ନେଇ ବଢ଼ିବାରେ ଲାଗିଛି ଚର୍ଚ୍ଚା ଆଲୋଚନା । ସୂଚନା ମୁତାବକ ଗୋପୀନାଥ ଜେରାଇଙ୍କର ଦେହ ସୋମବାର ସକାଳ ସମୟରେ ହଠାତ ଦେହ ଖରାପ ହେବାରୁ ତାଙ୍କୁ ଅନ୍ୟ ଯବାନ ମାନେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ . ତେବେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଗୋପୀନାଥଙ୍କୁ ମୃତ ଘୋଷଣା କରିଥିଲେ . ଯବାନ ଙ୍କ ଆକସ୍ମିକ ମୃତ୍ୟୁ ଘଟଣାକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିବା ସମୟରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶିବ ଚରଣ ବେହେରା ।
ଯବାନ ଙ୍କ ଆକସ୍ମିକ ମୃତ୍ୟୁ : ପୁଲିସ ତଦନ୍ତ ଜାରି !!!

