ଶହେ କୋଟି ଡୋଜ୍ ମାଇଲଖୁଣ୍ଟ ପାର୍ : କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୁସିର ଲହରୀ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଦେଶରେ କୋଭିଡ଼ ୧୯ ର ଶହେ କୋଟି ଡୋଜ୍ ଟିକାକରଣ ମାଇଲଖୁଣ୍ଟ ପାର ହେବା ପରେ କେକ କାଟି କଟକ ସଦର କନ୍ଦରପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମୀ ଡାକ୍ତର ବସନ୍ତ କୁମାର ସାହୁ, ଆୟୁଷ ଡାକ୍ତର ସଂଜୀବ କୁମାର ମହାନ୍ତି, ସୁପରଭାଇଜର ସନ୍ଧ୍ୟାରାଣୀ ଦାଶ, ନିଗମାନନ୍ଦ ମହାନ୍ତି, ଜିନୁବାଳା ସାମନ୍ତରାୟ, ସ୍ମରଣିକା ପଣ୍ଡା, ସସ୍ମିତା ମାହାଳି ପ୍ରମୁଖ ଖୁସି ମନାଇଲେ । କୋଭିଡ୍ ମୁକାବିଲାରେ ଭାରତକୁ ବୃହତ୍ ସଫଳତା ମିଳି ପାରିଛି । ୯ ମାସରେ ଶହେ କୋଟି ଡୋଜ୍ ମାଇଲଖୁଣ୍ଟ ପାର୍ କଲା ଭାରତ । ସହର ଠୁ ଆରମ୍ଭ କରି ଛୋଟ ବଡ଼ ଗାଁ ରେ ଆଜି ସଫଳତାର ସହ ଟୀକାକରଣ କରି ଭାରତ ସାରା ବିଶ୍ୱରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରି ପାରିଛି । କରୋନା ମୁକାବିଲା କ୍ଷେତ୍ରରେ ଟିକାକରଣକୁ ସମଗ୍ର ବିଶ୍ୱ ଗୁରୁତ୍ୱ ଦେଉଥିବା ବେଳେ ଆମ ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ କରାଯାଉଛି .

Leave a Reply

Your email address will not be published. Required fields are marked *