୩୦୦ ଲିଟର ସ୍ପିରିଟ ଜବତ ସହ ଜଣେ ଗିରଫ

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଆଦିତ୍ୟ ମହାନ୍ତି : ଯାଜପୁର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍ବାର୍ଡ ପାଣିକୋଇଲି ଛକ ପାଖରେ ଥିବା ପେଟ୍ରୋଲ ଟାଙ୍କି ନିକଟରେ ୬ ଟି ୫୦ ଲିଟର ସ୍ପିରିଟ ଜାର ସହ ଜଣେ ବ୍ୟକ୍ତିଙ୍କୁ କାବୁ କରିଥିଲା। ସୂଚନା ଅନୁସାରେ କୌଣସି ବିଶେଷ ସୂତ୍ର ରୁ ଅବକାରୀ ବିଭାଗ ସ୍ବାର୍ଡର ଅଧିକାରିଣୀ ସ୍ୱପ୍ନାରଣୀ ସାହୁ ସୂଚନା ପାଇଥିଲେ ଯେ ହରିପୁର ଅଂଚଳର ତ୍ରିଲୋଚନ ସାହୁ କୋଲକତା ବଡ ବଜାର ଅଂଚଳରୁ ଟ୍ରକ ଯୋଗେ ସ୍ପିରିଟ ମଗାଉଥିଲେ। ଆଜି ସକାଳ ସମୟରେ ଅବକାରୀ ବିଭାଗ ୩ଶହ ଲିଟର ସ୍ପିରିଟ ଜବତ କରିବା ସହ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି।

Leave a Reply

Your email address will not be published. Required fields are marked *