ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଶିମିଳିପୁର ନିକଟରେ ଥିବା ଭାରତ ପେଟ୍ରୋଲିୟମ ଶାଖା ର ତିଳୋତ୍ତମା ଫିଲିଙ୍ଗ୍ ଷ୍ଟେସନ ଦ୍ୱାରା ଜନହିତ ପାଇଁ କୃଷକ ମେଳା ଆୟୋଜିତ ହୋଇଯାଇଛି । ତିଳୋତ୍ତମା ଫିଲିଙ୍ଗ୍ ଷ୍ଟେସନ ର ପରିଚାଳକ ତଥା ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ବାଙ୍କୀ କୃଷି ଅଧିକାରୀ ଶୈଳେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ରହି କୃଷକ ମାନଙ୍କୁ ଆଧୁନିକ ଶୈଳୀରେ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ । ବାଙ୍କୀ ଏକ କୃଷି ପ୍ରବଣ ଅଞ୍ଚଳ , ଏଠାକାର ଚାଷୀ ଯେପରି ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରି ଲାଭବାନ ହୋଇ ପାରିବେ ସେ ସମ୍ବନ୍ଧରେ ବୁଝାଇ ଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ କଟକ ଜିଲ୍ଲାର କୃଷି ଅଧିକାରୀ ବିଜୟ କୁମାର ପଣ୍ଡା, ଭାରତ ପେଟ୍ରୋଲିୟମ କର୍ପୋରେସନ ର ଅଧିକାରୀ ଆଶିଷ ସୋମ୍ବାନ୍ସି , କାନାଡ଼ା ବ୍ୟାଙ୍କ ର ଫିଲ୍ଡ ଅଫିସର ମନୋରଞ୍ଜନ ପଢିଆରୀ ଏବଂ ବାଙ୍କୀ ବାର୍ ଆସୋସିଏସନ ର ଉପ-ସଭାପତି ଆଇନଜୀବୀ ସନ୍ତୋଷ କୁମାର ରଣା ଉପସ୍ଥିତ ରହି ଏହି କୃଷକ ମେଳା କୁ ସଫଳ କରିବା ସହ ତିଳୋତ୍ତମା ଫିଲିଙ୍ଗ୍ ଷ୍ଟେସନର ଏପରି ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ ।
ତିଳୋତ୍ତମା ଫିଲିଙ୍ଗ୍ ଷ୍ଟେସନ ଦ୍ୱାରା କୃଷକ ମେଳା ଆୟୋଜିତ !!

