ମନ୍ଦିର ପରିସରରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ତାଲିମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : କରୋନା ପାଇଁ ଦୀର୍ଘ ଦୁଇବର୍ଷ ଧରି ଛାତ୍ରଛାତ୍ରୀ ମାନେ ସ୍କୁଲ ମୁହଁ ମାଡି ନଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କୁ ସ୍କୁଲ ଯିବାକୁ ସରକାର ଅନୁମତି ଦେଇ ନାହାନ୍ତି । ବାଣପୁର ବ୍ଲକର ବିଷ୍ଣୁଡିହ ଗ୍ରାମ ପଞ୍ଚାୟତର ଦୀକ୍ଷିତପଡ଼ା ଗ୍ରାମରେ ଛୋଟ ଛୋଟ ପିଲାମାନଙ୍କୁ ପରୀକ୍ଷା ପାଇଁ ତାଲିମ ଦିଆ ଯାଉଥିବାର ଦୃଶ୍ୟ ନଜରକୁ ଆସିଛି । ଆମ ପ୍ରତିନିଧି ଖବର ନେବାରେ ଜଣାପଡିଛି ଯେ , ଜାତୀୟ ସଫଳତା ସର୍ବେକ୍ଷଣ ପାଇଁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ନଭେମ୍ବର ୧୨ ତାରିଖରେ ୩ୟ , ୫ମ, ଏବଂ ୮ମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ପରିମାପ ହେବାକୁ ଥିବାରୁ ପିଲାମାନେ ଉକ୍ତ ପରୀକ୍ଷାରେ କିପରି କୃତକାର୍ଯ୍ୟ ହେବେ ସରକାର ସେଥିପାଇଁ ଅଣ୍ଟା ଭିଡିଛନ୍ତି । ତେଣୁ ଶିକ୍ଷକ ମାନେ ପ୍ରତି ଗ୍ରାମକୁ ଯାଇ ଗ୍ରାମର କୋଠଘର କିମ୍ବା ଖୋଲା ଯାଗାରେ ପିଲା ମାନଙ୍କୁ ତାଲିମ ଦେବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । କିନ୍ତୁ ଉକ୍ତ କାର୍ଯ୍ୟକ୍ରମରେ ସବୁ ଶିକ୍ଷକ ଅଂଶ ଗ୍ରହଣ କରୁ ନଥିବାର ଘଟଣା ନଜରକୁ ଆସୁଥିବାରୁ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଇଓ ଆମ ପ୍ରତିନିଧିଙ୍କୁ କହିଛନ୍ତି । ପ୍ରକାଶ ଥାଉକି କୋଭିଡ ପାଇଁ ବର୍ତ୍ତମାନ ସୁଧା ସ୍କୁଲ ଖୋଲିବାର ଅନୁମତି ନଥିବା ସ୍ଥଳେ ଏହିଭଳି କାର୍ଯ୍ୟକ୍ରମକୁ ସରକାର କିଭଳି ଅନୁମତି ଦେଲେ ଏବଂ ବିଗତ ଦୁଇବର୍ଷ ଧରି କାହିଁକି ଶିକ୍ଷକ ମାନେ ଗ୍ରାମକୁ ଯାଇ ପିଲା ମାନଙ୍କୁ ଶିକ୍ଷାଦାନ କରୁ ନଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *