ସମାଜସେବୀ ବାପି ମହାନ୍ତିଙ୍କୁ ସମ୍ବର୍ଦ୍ଧନା !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ନିଆରା ମଣିଷ ଟିଏ ବାପି ମହାନ୍ତି . ସ୍ୱଳ୍ପ ରୋଜଗାର ର ଏହି ମଣିଷଟି ତାଳଚେର ଅଞ୍ଚଳରେ ପାଲଟିଛନ୍ତି ଅସହାୟର ସାହା . ନିଜସ୍ୱ ସୀମିତ ରୋଜଗାରରେ ପରିବାର ପ୍ରତିପୋଷଣ କରୁଥିଲେ ସୁଦ୍ଧା ଅନେକ ସମୟରେ ଅସହାୟ ଅଭାବୀ ଲୋକଙ୍କ ପାଖରେ ପହଞ୍ଚିଯାନ୍ତି ସହାୟତାର ହାତ ନେଇ . ସଡକ ଦୁର୍ଘଟଣା ରେ ଆହତଙ୍କୁ ଡାକ୍ତରଖାନା ନେବା ଠାରୁ ଆରମ୍ଭ କରି , ଦୁରାରୋଗ୍ୟ ପିଡୀତଙ୍କୁ କଟକ ବଡ ମେଡିକାଲ ରେ ପହଞ୍ଚାଇବା ସବୁ କାମରେ ଆଗରେ ଯେଉଁ ଲୋକଟି ଥାଏ , ସେ ହେଉଛନ୍ତି ବାପି ମହାନ୍ତି . ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ ଏବଂ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଉପସ୍ଥିତିରେ ବାପି ମହାନ୍ତିଙ୍କୁ ପ୍ରଦାନ କରାଯାଇଛି ଅସହାୟର ବନ୍ଧୁ ସମ୍ମାନ .

Leave a Reply

Your email address will not be published. Required fields are marked *