ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବିଷ୍ଣୁଡିହ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଯାଇଛି . ଦୁର୍ଘଟଣାରେ ଟାଙ୍ଗୀ ଥାନା ସାନ ରାଉତପଡ଼ା ଗ୍ରାମର ପ୍ରକାଶ ସୁନ୍ଦରାୟ ନାମକ ଯୁବକ ପ୍ରାଣ ହରାଇଛନ୍ତି l ପ୍ରତ୍ୟକ୍ଷଦର୍ଶିଙ୍କ କହିବା ମୁତାବକ ଯୁବକ ବାଇକରେ ଯାଉଥିବା ବେଳେ ଏକ ଅଜଣା କାର ତାଙ୍କୁ ଶକ୍ତ ଧକା ଦେଇଥିଲା l ଏପରିକି କାରଟି ପ୍ରକାଶଙ୍କୁ ପାଖାପାଖି ୨୦୦ ମିଟର ଘୋଷାଡ଼ି ନେଇ ଯାଇଥିଲା l ପ୍ରକାଶ ଙ୍କ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗ ରୋଡ଼ରେ ଛିଟିକି ପଡିଥିବାର ଦେଖାଯାଇଛି l ଖବର ପାଇ ଘଟଣାସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି l
ଅଜଣା ଗାଡି ଧକ୍କା ରେ ବାଇକ ଆରୋହୀଙ୍କ ମୃତ୍ୟୁ !!!

