ହିନ୍ଦୁ ଦେବୀଙ୍କ ବିରୁଦ୍ଧରେ ଅଶ୍ଳୀଳ ପୋଷ୍ଟ : ଦଣ୍ଡ ବିଧାନ ପାଇଁ ସାମାଜିକ କର୍ମୀଙ୍କ ଦାବୀ

0
306

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସୋସିଆଲ ମିଡିଆରେ ହିନ୍ଦୁ ଦେବୀଙ୍କ ବିରୁଦ୍ଧରେ ଅଶ୍ଳୀଳ ପୋଷ୍ଟ . ରାଜ ମଲିକ ନାମକ ଜଣେ ବ୍ୟକ୍ତି ହିନ୍ଦୁ ଧର୍ମର ଆରାଧ୍ୟ ଦେବୀ ମା ଦୁର୍ଗା ଓ ମା ଲକ୍ଷ୍ମୀଙ୍କ ବିରୁଦ୍ଧରେ ଅଶ୍ଳୀଳ ଭାଷାରେ ପୋଷ୍ଟ କରିଥିଲେ . ଏହି ପୋଷ୍ଟକୁ ବିରୋଧ କରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏଇତ ଜୀବନ ସାମାଜିକ ସଂଘଠନର ସଦସ୍ୟ । ଭାରତ ଗୋଟିଏ ଗଣତନ୍ତ୍ର ଦେଶ। ଏଠାରେ ସମସ୍ତଙ୍କୁ ନିଜ ବକ୍ତବ୍ୟ/ ମନ୍ତବ୍ୟ ରଖିବାର ହକ୍ ଅଛି। କିନ୍ତୁ ବାକ୍ ସ୍ୱାଧୀନତାର ଅପବ୍ୟବହାର କରିବା କେତେଦୂର ଗ୍ରହଣୀୟ ବୋଲି ସଦସ୍ୟ ମାନେ ପ୍ରଶ୍ନ ଉଠାଇଛନ୍ତି ?
ଏହି ପୋଷ୍ଟ କୋଟିକୋଟି ହିନ୍ଦୁ ମାନଙ୍କ ଆସ୍ଥା ଓ ବିଶ୍ୱାସ ଉପରେ କୁଠାରଘାତ ସଦୃଶ . ତେଣୁ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ବୋଲି, ଏଇତ ଜୀବନ ପରିବାରର ପ୍ରତିଷ୍ଠାତା ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି। କଟକ ସହର ସିଡିଏ ଅଞ୍ଚଳର ମର୍କତ ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ପହଞ୍ଚିଲେ, ଯୁବ ସାଧାରଣ ସମ୍ପାଦକ ଶାଶ୍ୱତ ନାୟକ, ଶିବାନାଦ ତିୱାରୀ, ସୁଶାନ୍ତ ବେହେରା ଓ ପ୍ରିୟବ୍ରତ ପଟ୍ଟନାୟକ। ଏହାକୁ ସମର୍ଥନ କରି ଏତଲା ଦେବାପାଇଁ , ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ କଟକର ସଭାପତି କ୍ଷିତିଶ କୁମାର ମହାନ୍ତି ମଧ୍ୟ ଯାଇଥିଲେ।

LEAVE A REPLY

Please enter your comment!
Please enter your name here