ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ପୋଲିସ ସନ୍ଦେହରେ ଏକ ଟାଟା ଏସି ଗାଡିକୁ ଜବତ କରିଛି । ଯାହାର ନମ୍ବର OD02 F 2518 ବୋଲି ଜଣାଯାଇଛି । ଜବତ କଲା ପରେ ଜଣାଯାଇଛି ଉକ୍ତ ଗାଡ଼ିରେ ୫୦ କିଲିଆ ୩୨ପ୍ୟାକେଟ ଏବଂ ୨୫ କିଲିଆ ୬ ପ୍ୟାକେଟ ଗହମ ରହିଥିବା ସହ ଓଡିଶା ଯୋଗାଣ ନିଗମର ଗହମ ଅଖା ପ୍ରାୟ ୫୦୦ରୁ ଉର୍ଦ୍ଧ ମହଜୁଦ ଅଛି । ଧରା ପଡିଥିବା ଗାଡିର ଡ୍ରାଇଭର ଏବଂ ଶ୍ରମିକଙ୍କ କହିବା ଅନୁସାରେ ଉକ୍ତ ଗାଡି ଭେଟେଶ୍ୱର ଆଡୁ ଆସୁଥିଲା । ଗାଲୁଆ ଛକ ପାଖରେ ପୋଲିସ ଅଟକାଇ ଆମକୁ ଥାନାକୁ ଆଣିଛି । ଏହା ଚୋରା ଗହମ କି କଣ ଆମେ ଜାଣିନାହୁଁ । ଶ୍ରମିକ ଜଣକ ଉକ୍ତ ଖାଲି ଅଖା ଗୁଡିକୁ ନିଳାଦ୍ରୀ ଗ୍ରାମପଂଚାୟତ ରୁ କିଣିକି ଆଣିଥିବା ବେଳେ ବାଟରେ ମୋତେ ଗାଡ଼ିରେ ଲୋଡ କରିବାକୁ କହିବାରୁ ମୁଁ ଲୋଡ କଲି ବୋଲି କହିଛନ୍ତି । ସେହି ଗାଡ଼ିରେ ଅଖା ସବୁ ଲୋଡ କରି ବାଣପୁର ଫେରୁଥିଲି , ବାଟରେ ପୋଲିସ ଧରିଥିଲା । ମୁଁ ଶ୍ରମିକ ଏହା ଚୋରା କି ସତ କିଛି ଜାଣିନାହିଁ । କିନ୍ତୁ ପୋଲିସ ପିଡ଼ିଏସ ସାମଗ୍ରୀ ଚୋରାଚାଲାଣ ସନ୍ଦେହରେ ଉକ୍ତ ଗାଡିଟିକୁ ଜବତ କରିଥିବାର ଜଣାଯାଇଛି l ଉକ୍ତ ଗାଡିଟି ଭେଟେଶ୍ୱର ଆଡୁ ବାଣପୁର କୁ ଆସୁଥିବା ବେଳେ ଖବର ପାଇ ପୋଲିସ ଗାଡ଼ି ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବାର ସୂଚନା ରହିଛି । ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି ରାଜ୍ୟ ଯୋଗାଣ ବିଭାଗ ରିପୋର୍ଟ ଦେଲା ପରେ ଆମେ ଯାହା କାର୍ଯ୍ୟାନୁଷ୍ଠାନ ନେବୁ । ତେଣୁ ପୋଲିସ ଏବଂ ଯୋଗାଣ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଅନୁସନ୍ଧାନ କଲା ପରେ ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।