ଜୀବନ କଲ୍ୟାଣ ଫାଉଣ୍ଡେସନ, କଟକ ଉଠାଦୋକାନୀ ମହାସଂଘ ପକ୍ଷରୁ ରକ୍ତଦାନ ଶିବିର।

0
341

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : ଜୀବନ କଲ୍ୟାଣ ଫାଉଣ୍ଡେସନ ଏବଂ କଟକ ଉଠାଦୋକାନୀ ମହାସଂଘ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ । ମହାମାରୀ କରୋନା ସମୟରେ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟରେ ରକ୍ତର ସଂକଟ ଦେଖାଦେଇଛି । ଏହି ଅଭାବକୁ ପୂରଣ କରିବା ପାଇଁ ଜୀବନ କଲ୍ୟାଣ ଫାଉଣ୍ଡେସନ ଏବଂ କଟକ ଉଠା ଦୋକାନୀ ମହାସଂଘ ପକ୍ଷରୁ କଲେଜ ଛକ ନିକଟସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ କଟକ କମିଶନରେଟ ପୋଲିସର ଯୋନ-୧ ର ଏସିପି ଅମରେନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ସୁରେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଏସିପି ସେକ୍ ସରିଫ, ଆଇନଜୀବୀ ସର୍ବେଶ୍ୱର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମହାମାରୀ କରୋନା ସମୟରେ ରକ୍ତଦାନ କରୁଥିବା ବ୍ୟକ୍ତି ମାନଙ୍କ ସାହାଯ୍ୟ ସହଯୋଗକୁ ଅତିଥି ମାନେ ପ୍ରଶଂସା କରିଥିଲେ । ଆୟୋଜିତ ରକ୍ତ ଦାନ ଶିବିରରେ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇ କଟକ ରେଡ଼ କ୍ରସକୁ ପଠାଯାଇଥିଲା । କୋଭିଡ଼ ନିୟମ ଅନୁସାରେ ରକ୍ତଦାନ ଶିବିରରେ ସାମାଜିକ ଦୂରତା ରକ୍ଷା କରାଯିବା ସହ ସମସ୍ତେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଆଶୁତୋଷ ଦାସ , ମନୋଜ କୁମାର ବେହେରା ପ୍ରମ୍ମୁଖ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here