ଟ୍ରକ ଚାଳକ ଙ୍କ ଠାରୁ ଲୁଟ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଗାନ୍ଧୀ ମାର୍ଗର ଅମଲାପଡା ନିକଟରେ କିଛି ଯୁବକ ଗୁରୁବାର ଭୋର ସମୟରେ ଜଣେ ଟ୍ରକ୍ ଚାଳକଙ୍କୁ ଲୁଟିଥିବା ଅଭିଯୋଗ ହୋଇଛି । ପରଙ୍ଗରୁ ଭୂଷଣ ମାଲ୍ ନେଇ ଯାଉଥିବା ଏକ ଟ୍ରକ୍‌କୁ ଅଟକାଇ ଚାଳକ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ଠାରୁ ୧୯ ଶହ ଟଙ୍କା ଏବଂ ତାଙ୍କ ମୋବାଇଲ ଫୋନ ଲୁଟି ନେଇ ପଳାଇଥିଲେ । ଚାଳକଙ୍କ ଅଭିଯୋଗ ଅନୁସାରେ ତାଙ୍କ ପଛରେ ଆସୁଥିବା ଅନ୍ୟ ରାଜ୍ୟର ଦୁଇ ଟ୍ରକ ଚାଳକଙ୍କଠାରୁ ମଧ୍ୟ ଟଙ୍କା ଛଡାଇ ଥିଲେ । ହେଲେ ସେମାନେ ଲୁଟ୍ ପରେ ଘଟଣାସ୍ଥଳ ଛାଡି ପଳାଇଥିଲେ । ଏହି ଲୁଟେରା ମାନେ ଟ୍ରକକୁ ଅଟକାଉଛନ୍ତି । ନ ଅଟକିଲେ ପଥର ମାଡ଼ କରୁଛନ୍ତି । ସ୍ଥାନୀୟ ପୁଲିସ୍ ପକ୍ଷରୁ ପାଟ୍ରୋଲିଂ କଡା କଡ଼ି କରିବାକୁ ସାଧାରଣରେ ଦାବି ହେଉଛି । ତେବେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ଥାନା ଆଇଆଇସି କହିଛନ୍ତି ।

Leave a Reply

Your email address will not be published. Required fields are marked *