କୋଭିଡ ନିୟମକୁ ଫୁ : ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସମାଗମ !!!

Spread the love

!!! ମାସ୍କ ଚେକିଙ୍ଗ ବେଳେ ତନାଘନା , ଗହଳି ବେଳେ ପୋଲିସ ପ୍ରଶାସନ ନିଘୋଡ଼ ନିଦ୍ରାରେ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନବ ବର୍ଷରେ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ବିଦେଶାଗତ ପକ୍ଷୀଙ୍କୁ ଦେଖିବା ପାଇଁ ବହୁ ଦୂର ଦୂରାନ୍ତରୁ ପର୍ଯ୍ୟଟକଙ୍କ ସୁଅ ଛୁଟି ଥାଏ ଚିଲିକାକୁ । ମାତ୍ର ସାରା ରାଜ୍ୟରେ ଦିନ କୁଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସହ ଓମିକ୍ରନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜାନୁୟାରୀ ମାସ ପାଇଁ ଏକ ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ଏପରିକି ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳି ସାଙ୍ଗକୁ ଧର୍ମାନୁଷ୍ଠାନ ମାନଙ୍କରେ ୧୪୪ ଧାରା ଜାରି ରହିଛି । ମାତ୍ର ଆଜି ବଡକୁଳ ପାନ୍ଥନିବାସ ଠାରେ ନବ ବର୍ଷରେ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ କୋଭିଡ ନିୟମକୁ ବେଖାତିର କରି ନବ ବର୍ଷର ମଜା ନେଉଥିବା ଦେଖିବାକୁ ମିଳିଛି । ନା ଅଛି ସାମାଜିକ ଦୁରତା ନା ଅଛି ମାସ୍କ ପରିଧାନ ।ତେବେ ଏଠାରେ ବିରାଟ ପ୍ରଶ୍ନବାଚୀ ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିଲେ ମଧ୍ୟ ପ୍ରଶାସନର ଖାମ ଖିଆଲ ନିତି ଯୋଗୁଁ ପର୍ଯ୍ୟଟକ ମାନେ କୋଭିଡ ନିୟମକୁ ବେଖାତିର କରି ଖୁଲମଖୁଲା ବୁଲୁଛନ୍ତି ।

ସୂଚନା ଥାଉକି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରା ଯାଇଥିବା ବେଳେ ନୂଆବର୍ଷରେ ପୋଲିସର ଦେଖାଦର୍ଶନ ମିଳି ନଥିଲା । ଯାହାର ଫଳ ସ୍ୱରୂପ ସାରା ଦିନ ପର୍ଯ୍ୟଟକ ମାନେ ଖୁଲାମଖୁଲା କୋଭିଡ ନିୟମକୁ ବେଖାତିର କରି ବୁଲୁଥିବା ଦେଖାଦେଇଛି । ଏପରିକି ପାନ୍ଥନିବାସ ନିକଟରେ ସାଧାରଣ ଜନତାଙ୍କ ସୁରକ୍ଷା ନିମିତ୍ତ ପୋଲିସ ସହାୟତା କେନ୍ଦ୍ର ଖୋଲା ଯାଇଥିବା ବେଳେ ଏପର୍ଯ୍ୟନ୍ତ ଉକ୍ତ ସହାୟତ କେନ୍ଦ୍ର ଖୋଲା ହେଇ ପାରୁନାହିଁ ।ଯାହା ଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସମ୍ପର୍କରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁଙ୍କୁ ଯୋଗାଯୋଗ କରିବାରେ ବିହିତ ପଦକ୍ଷେପ ନିଆଯିବ ଏବଂ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଥିଲେ ।

Leave a Reply

Your email address will not be published. Required fields are marked *