ବାଣପୁରରେ କଳିଙ୍ଗ କନ୍ୟା କଳା ପରିଷଦର ବନ୍ଧୁ ମିଳନ ଓ ବହି ପୂଜା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଗ୍ରଣୀ ମହିଳା ନାଟ୍ୟାନୁଷ୍ଠାନ ‘କଳିଙ୍ଗ କନ୍ୟା କଳା ପରିଷଦ’ ପକ୍ଷରୁ ବୁଧବାର ଦିନ ଏକ ବନ୍ଧୁ ମିଳନ ଓ ନୂତନ ନାଟକ ପାଣ୍ଡୁଲିପି ପୂଜା ଉତ୍ସବ ସ୍ଥାନୀୟ ମା “ଟିକିରାଇ ଦେବୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାନେତ୍ରୀ ମିତାଞ୍ଜଳୀ ସାସମଲଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦେଶକ ପ୍ରମୋଦ କୁମାର ସ୍ୱାଇଁ, ନାଟ୍ୟ କର୍ମୀ ରଞ୍ଜୁବାଳା ଚମ୍ପତିରାୟ, ନାଟ୍ୟକାର ଭିକାରୀ ଚରଣ ପ୍ରଧାନ, ସଙ୍ଗୀତଜ୍ଞ ସରୋଜକାନ୍ତ ସାସମଲ ପ୍ରମୁଖ ଯୋଗଦେଇ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ ମା’ ଟିକିରାଇଙ୍କ ପାଖରେ ପୂଜାର୍ଚନା ପରେ ନାଟକ ପାଣ୍ଡୁଲିପି “କଳିଙ୍ଗ କନ୍ୟା କାରୁବାକୀ “ସମର୍ପଣ କରାଯାଇଥିଲା । ଏହି ଅବସରରେ କଳାକାର ଦମ୍ପତ୍ତି ଲଷ୍ମୀପ୍ରିୟା ମହାପାତ୍ର, ସତ୍ୟରଞ୍ଜନ ମହାପାତ୍ର, ଝୁମୁରି ମୁଦୁଲି, ଟିକିନା ପ୍ରଧାନ ଓ ଟିକିନା ଜେନା ପ୍ରମୁଖଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ । ଅପ୍ରତ୍ୟାଶିତ ଭାବେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ସ୍ଥାନୀୟ ମିଶନ ଶକ୍ତି କାର୍ଯ୍ୟକର୍ତ୍ତା ମାନଙ୍କ ସମାବେଶରେ ଯୋଗ ଦେବାକୁ ଆସି ପରିଷଦର ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇଥିଲେ ।

Leave a Reply

Your email address will not be published. Required fields are marked *